Categories: ଜାତୀୟ

୧୭ ବର୍ଷରେ ଜଙ୍ଗଲ ପରିସୀମା ୯୧ ହଜାର ବର୍ଗ କିମିରୁ ଅଧିକ ବୃଦ୍ଧି: ୨୦୨୦ ସୁଦ୍ଧା ରୋପଣ ହେବ ୧୨୧ କୋଟି ବୃକ୍ଷ ଚାରା

ନୂଆଦିଲ୍ଲୀ,୨୨।୬: ଦେଶରେ ଗତ ୧୭ ବର୍ଷ ମଧ୍ୟରେ ଜଙ୍ଗଲ ପରିସୀମା ୯୧ ହଜାର ବର୍ଗକିମିରୁ ଅଧିକ ବୃଦ୍ଧି ପାଇଛି। ନେଇ ଭାରତୀୟ ଜଙ୍ଗଲ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ୨୦୦୦ରୁ ୨୦୧୭ ମଧ୍ୟରେ ଜଙ୍ଗଲ ପରିସୀମା ୯୧ ହଜାର ୮ଶହ ୮୧ ବର୍ଗ କିମି ବଢ଼ିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ୨୦୦୦ରେ ଏହା ୬ ଲକ୍ଷ ୭୫ ହଜାର ୫ ଶହ ୩୮ ବର୍ଗ କିମି ଥିଲା। ସେହିପରି ୨୦୧୭ରେ ଏହା ୭ ଲକ୍ଷ ୬୭ ହଜାର ୪ଶହ ୧୯ ବର୍ଗ କିମିକୁ ବୃଦ୍ଧି ପାଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି। ଦେଶରେ ବନୀକରଣ ଯୋଜନାକୁ ସଫଳ କରାଇବା ପାଇଁ ୨୦୨୦ ସୁଦ୍ଧା ୧୨୧ କୋଟି ବୃକ୍ଷ ଚାରା ରୋପଣ କରାଯିବା କାର୍ଯ୍ୟକ୍ରମ ରହିଥିବା ଏହି ରିପୋର୍ଟରେ କୁହାଯାଇଛି। ଆନ୍ଧ୍ରପ୍ରଦେଶ, କର୍ନାଟକ ଏବଂ କେରଳରେ ଜଙ୍ଗଲ ପରିସୀମାରେ ଗତ ୨ ବର୍ଷରେ ୨୦୧୫ଠାରୁ ୨୦୧୭ ମଧ୍ୟରେ ଅଧିକ ବୃଦ୍ଧି ପାଇଛି। ଏସବୁ ରାଜ୍ୟରେ ଜଙ୍ଗଲ ପରିସୀମା ଯଥାକ୍ରମେ ୨ ହଜାର ଶହେ ୪୧ ବର୍ଗ କିମି, ୧୧ ଶହ ୧ ବର୍ଗ କିମି ଏବଂ ୧୦ ଶହ ୪୩ ବର୍ଗ କିମି ବଢ଼ିଛି। ଗତ ୨୦ ବର୍ଷ ମଧ୍ୟରେ ପୃଥିବୀରେ ୧୫ ଶହ କୋଟି ବୃକ୍ଷ କଟାଯାଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।

Share