Categories: ଜାତୀୟ

୧୭ ପଛୁଆ ବର୍ଗଙ୍କୁ ଏସ୍‌ସି ବର୍ଗରେ ସାମିଲ୍‌ କଲେ ଯୋଗୀ ସରକାର

ଲକ୍ଷ୍ନୌ,୨୯।୬: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ୧୭ଟି ପଛୁଆ ବର୍ଗଙ୍କୁ ଏସ୍‌ସି ବର୍ଗରେ ସାମିଲ୍‌ କରିଛନ୍ତି। ଏହାଦ୍ୱାରା ଏଣିକି ଏସବୁ ପଛୁଆ ବର୍ଗ ଏସ୍‌ସି ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ପ୍ରମାଣପତ୍ର ହାସଲ କରିପାରିବେ। ଏହାପୂର୍ବରୁ ମୁଲାୟମ୍‌ ସିଂ ଯାଦବ, ମାହାବତୀ ଏବଂ ଅଖିଳେଶ ଯାଦବ ଏସବୁ ପଛୁଆ ବର୍ଗଙ୍କୁ ଏସ୍‌ସି ବର୍ଗରେ ସାମିଲ୍‌ କରାଇବା ପାଇଁ ଉଦ୍ୟମ କରିଥିଲେ। ତେବେ ସେମାନେ ଏଥିରେ ସଫଳ ହୋଇ ନ ଥିଲେ। ତେବେ ଯୋଗୀ ସରକାର ସୁଯୋଗ ଦେଖି ଏଭଳି କରି ଆଗାମୀ ଦିନରେ ହେବାକୁ ଥିବା ୧୨ଟି ବିଧାନସଭା ଆସନର ଉପନିର୍ବାଚନରେ ସଫଳତା ହାସଲର ପ୍ରୟାସ କରିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share