୧୭୮ବର୍ଷର ଚିତ୍ତଲପୁର ରାମଲୀଳା: ଭାଇଚାରା ବଞ୍ଚାଇଛି ପରମ୍ପରା

(ସୁଶାନ୍ତ କୁମାର ପତି)

ସାତମାଇଲ, ୧।୫- ଆଧୁନିକତାର ମାୟାଜାଲରେ ମଳିନ ପଡ଼ିଲାଣି ପୁରାତନ ସଂସ୍କୃତି। ପୁରୁଣା ପରମ୍ପରାକୁ ବଞ୍ଚାଇ ରଖିବାକୁ ଆଉ ଆଗଭର ହେଉନାହାନ୍ତି ଯୁବପିଢ଼ି। ତଥାପି ରାଜ୍ୟର ଏମିତି କେତେକ ସ୍ଥାନ ଅଛି, ଯେଉଁଠାରେ ଆଧୁନିକତା ସହ ସମତାଳରେ ଆଗକୁ ବଢୁଛି ଓଡ଼ିଆ ଜାତିର ମହନୀୟ ବିଭବ ଓ ଗାଥା।  ୧୭୮ ବର୍ଷ ପୁରାତନ ଚିତ୍ତଲପୁର ରାମଲୀଳା ଏହାର ଏକ ଉଦାହରଣ।

ପୁରୁଣା ଶ୍ରୀକ୍ଷେତ୍ର ନାମରେ ପରିଚିତ ଚିତ୍ତଲପୁର ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ଡର ଏକ ବୃହତ୍‌ ଗ୍ରାମପୁଞ୍ଜ। ବହୁ ମଠ, ମନ୍ଦିରକୁ ନେଇ ସମୃଦ୍ଧ ଏହି ଗ୍ରାମରେ ୧୨ ମାସରେ ତେର ପର୍ବ ପାଳିତ ହେଉଥିଲେ ମଧ୍ୟ ୧୭୮ ବର୍ଷର ରାମଲୀଳା ପାଇଁ ଏହା ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। ବହୁ ବାଧାବିଘ୍ନ ମଧ୍ୟରେ ଭାଇଚାର ହିଁ ଏପରି ମହାନ୍‌ ପରମ୍ପରାକୁ ବଞ୍ଚାଇ ରଖିପାରିଛି ବୋଲି ଅଞ୍ଚଳ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କହିଛନ୍ତି।

୧୮୪୦ରେ ଗ୍ରାମବାସୀଙ୍କ  ଉଦ୍ୟମରେ ପ୍ରଥମେ ଆରମ୍ଭ ହୋଇଥିଲା ରାମଲୀଳା। ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ସ୍ତମ୍ଭେଶ୍ୱରୀ ଠାକୁରାଣୀଙ୍କ ପୀଠ ପରିସରରେ ପ୍ରତିବର୍ଷ ନିରବଚ୍ଛିନ୍ନ ଭାବେ ଯାତ୍ରା ଅନୁଷ୍ଠିତ ହୋଇଆସୁଛି। ଦିନକୁ ଦିନ ନାଟକର କଳେବର ବୃଦ୍ଧି ପାଉଛି। ଏଥିରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ଗ୍ରାମର ପ୍ରତିଟି ପରିବାର ଏଥିରେ ସହଯୋଗ କରୁଛନ୍ତି। ଦୀର୍ଘବର୍ଷ ହେଲା ରାମଲୀଳା କାର୍ଯ୍ୟକ୍ରମ ସୁରୁଖୁରୁରେ ଚାଲିଛି। ଗୋଷ୍ଠୀବାଦଠାରୁ ଦୂରରେ ରହି ଆଗକୁ ମଧ୍ୟ ଏହା ଜାରି ରଖିବାକୁ ସମସ୍ତ ଉଦ୍ୟମ କରାଯିବ ବୋଲି ହରମୋହନ ପାଣିଗ୍ରାହୀ, ଶରତ ମହାପାତ୍ର, ମାୟାଧର ମହାପାତ୍ର ପ୍ରମୁଖ କହିଛନ୍ତି।

ଚଳିତବର୍ଷ ପବିତ୍ର ରାମ ନବମୀଠାରୁ ଆରମ୍ଭ ହୋଇଥିବା ଯାତ୍ରା ୧୩ଦିନ ଧରି ପାଳିତ

ଭାଇଚାରାରେ ପଶିନି ଗୋଷ୍ଠୀବାଦ

ବାପାଜେଜେ ଅମଳରୁ ପ୍ରଚଳିତ ହୋଇ ଆସୁଥିବା ରାମଲୀଳା ଐତିହ୍ୟ ପରମ୍ପରାର ସନ୍ତକ। ଏହା ଗ୍ରାମର ଭାଇଚାରାକୁ ଦୃଢ଼ୀଭୂତ କରୁଛି। ଏଥିରେ ଆଜିଯାଏ ଗୋଷ୍ଠୀବାଦ ପଶିନି। ସମସ୍ତେ ଗୋଟିଏ ମନରେ ଯାତ୍ରାରେ ଭାଗ ନେଉ। ଏହାଦ୍ୱାରା ବିକାଶମୂଳକ କାର୍ଯ୍ୟ ମଧ୍ୟ ହୋଇପାରୁଛି।

-ଦିବାକର ପାଣିଗ୍ରାହୀ, ଗ୍ରାମ ସଭାପତି

ମହୁରି ବଜାଇଲେ ଦେହ ଶହରିତ ହୁଏ

ବୟସ ୭୨ ଡେଇଁଲାଣି। ୧୯୭୨ରୁ ଚିତ୍ତଲପୁର ରାମଲୀଳା ସହିତ ଜଡ଼ିତ। ଠାକୁରଙ୍କ ଆଶୀର୍ବାଦରୁ ବିଭିନ୍ନ ବାଜା ବଜାଇ ପାରୁଛି। ନାଟକ ସ୍ଥଳରେ ତୁରି, ମହୁରି ବଜାଇଲେ ଦେହ ଶିହରିତ ହୋଇଉଠେ। ଏଭଳି ପରମ୍ପରାରେ ସାମିଲ ହୋଇପାରିଥିବାରୁ ଗର୍ବିତ।

-ରବିନାରାୟଣ ପାଣିଗ୍ରାହୀ, ମହୁରି ବାଦକ

ଶ୍ରୀରାମ ନବମୀ ଆସିଲେ ଆଖିରୁ ନିଦ ହଜିଯାଏ

୮୫ବର୍ଷ ବୟସ ହେଲାଣି। କାମ କରିବାକୁ ଆଉ ପ୍ରାୟ ଶକ୍ତି ନାହିଁ। ହେଲେ ଶ୍ରୀରାମ ନବମୀ ଆସିଲେ ଆଖିରୁ ନିଦ ହଜିଯାଏ। କିପରି ପୂଜାସ୍ଥଳକୁ ଯାଇ ପୁରାଣ ପାଠ କରିବି ତାକୁ ନେଇ ମନ ଛଟପଟ ହୁଏ। ଏତେ ଶକ୍ତି କେଉଁଠୁ ଆସେ ଜଣାନାହିଁ। ସବୁ ଠାକୁରଙ୍କ କୃପା।

-ଭାସ୍କର ପତି, ପୁରାଣ ପାଠକ

ଯୁବପିଢ଼ିଙ୍କୁ ପ୍ରେରିତ କରୁଛି

ପିଲାଟି ଦିନରୁ ଗ୍ରାମ୍ୟ ସଂସ୍କୃତି ସହିତ ଜଡ଼ିତ। ରାମାୟଣର ଅନ୍ୟତମ ପ୍ରମୁଖ ଚରିତ୍ର ରାବଣ। ନାଟକରେ ଏହି ଚରିତ୍ର ନିଖୁଣ ଭାବେ କରିବା କଷ୍ଟକର। ନିଜ ଇଚ୍ଛାରେ ଏପରି ଭୂମିକାକୁ ବାଛିଛି। ନାଟକ ପ୍ରତି ଯୁବପିଢ଼ି ଯେପରି ଅଧିକ ଆକୃଷ୍ଟ ହେବେ ସେଥିପ୍ରତି ସମସ୍ତଙ୍କୁ ପ୍ରେରିତ କରୁଛି।

-ସୁଧୀର ପତି, ରାବଣ ବେଶଧାରୀ


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri