ଅଂଶୁଘାତ ୱାର୍ଡରେ ଦିଦିଙ୍କ କେକ୍‌ କଟା ଘଟଣା: ଏଡିଏମ୍‌ଓଙ୍କୁ ତଦନ୍ତ ନିର୍ଦ୍ଦେଶ

ଅନୁଗୋଳ ଅଫିସ, ୧।୫- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଅଂଶୁଘାତ ୱାର୍ଡରେ ଗତ ଶନିବାର ରାତିରେ ଜନୈକା ଦିଦିଙ୍କ ଜନ୍ମଦିନ ପାଳନ ବେଳେ କେକ୍‌ କଟାଯିବା ଓ ଦେଢ଼ଘଣ୍ଟା ଧରି ନୃତ୍ୟଗୀତର ଆୟୋଜନ କରାଯିବା ନେଇ ସୋମବାର ‘ଧରିତ୍ରୀ’ରେ ଖବର ପ୍ରକାଶ ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅମରେନ୍ଦ୍ରନାଥ ମହାନ୍ତି। ମଙ୍ଗଳବାର ସନ୍ଧ୍ୟାରେ ସିଡିଏମ୍‌ଓ ମହାନ୍ତି ଏଡିଏମ୍‌ଓ (ମେଡିକାଲ) ଡାକ୍ତର ଲକ୍ଷ୍ମୀନାରାୟଣ ବିଶୋଇଙ୍କୁ ଡାକି ଘଟଣାର ତଦନ୍ତ କରି ଗୋଟିଏ ଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ଭାବେ ଶୀତତାପ ନିୟନ୍ତ୍ରିତ ଅଂଶୁଘାତ ୱାର୍ଡ ଖୋଲାଯାଇଛି। ଏଠାରେ କିଏ ଜନ୍ମ ଦିନ ପାଳନ ପାଇଁ ଅନୁମତି ଦେଲା, କେଉଁମାନେ ଜନ୍ମ ଦିନ ପାଳନ କରୁଥିଲେ, କାହାର ଜନ୍ମଦିନ ଥିଲା ସେସବୁର ଖୋଲତାଡ଼ କରାଯିବ। ଏପରି କି ଘଟଣା ସମ୍ପର୍କରେ ସେତେବେଳେ କେମିତି ଜଣାପଡ଼ିଲା ନାହିଁ ସେ ସମ୍ପର୍କରେ ମଧ୍ୟ ଜଣାଇବାକୁ ସିଡିଏମ୍‌ଓ କହିଛନ୍ତି। ଏଡିଏମ୍‌ଓ  କହିଛନ୍ତି ଯେ, ସିଡିଏମ୍‌ଓ ଉକ୍ତ ଘଟଣା ସମ୍ପର୍କରେ ତଦନ୍ତ କରି ରିପୋର୍ଟ ମାଗିଛନ୍ତି। ବୁଧବାର ତଦନ୍ତ କରାଯାଇ ରିପୋର୍ଟ ପ୍ରଦାନ କରାଯିବ। ତେବେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବର୍ତ୍ତମାନ ସୁଦ୍ଧା କିଛି ନିଷ୍ପତ୍ତି ହୋଇନାହିଁ ବୋଲି ବିଶୋଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାର୍‌ହା ଫାଶରେ ପଡ଼ି ଚାଲିଗଲା ଦନ୍ତାର ଜୀବନ: ବନ୍ଧା ହେଲେ ୩ ଶିକାରୀ

ବଇଣ୍ଡା,୨୭।୧୦: ଅନୁଗୋଳ ଜିଲା ହଣ୍ଡପା ରେଞ୍ଜ ଝିଲ୍ଲୀମୁଣ୍ଡା ଗ୍ରାମ୍ୟ ଜଙ୍ଗଲରେ ସୋମବାର ବିଳମ୍ବିତ ରାତିରେ ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ଫାଶରେ ପଡି ଏକ ଦନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?