୧୭୨ ଦେଶ ଗୋଟିଏ ଦିନରେ କରିବେ ଯୋଗ

ନୂଆଦିଲ୍ଲୀ,୧୩।୬: ଆସନ୍ତା ୨୧ ତାରିଖରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯାଉଛି। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି। ଚଳିତ ବର୍ଷ କିଛି ମୁସଲିମ୍‌ ଦେଶ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ତେବେ ବିଦେଶରେ ଯୋଗ ଦିବସରେ ହେଉଥିବା ପ୍ରମୁଖ କାର୍ଯ୍ୟକ୍ରମ ଗୁଡିକ ଭାରତୀୟ ଦୂତାବାସରେ ଅନୁଷ୍ଠିତ ହେବ। ଏହାସହ ଅନ୍ୟ କାର୍ଯ୍ୟକ୍ରମ ଗୁଡିକ ମଧ୍ୟ ବିଭିନ୍ନ ସଙ୍ଗଠନର ସହାୟତାରେ ଅନୁଷ୍ଠିତ ହେବା ଯୋଜନା ରହିଛି।

Share