Categories: ଜାତୀୟ

୧୭ତମ ଲୋକ ସଭା ନିର୍ବାଚନ ସବୁଠାରୁ ମହଙ୍ଗା: ଖର୍ଚ୍ଚ ହୋଇଛି ୭୦ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ,୪।୬: ଏପର୍ଯ୍ୟନ୍ତ ଯେତେ ଥର ଲୋକ ସଭା ନିର୍ବାଚନ ହୋଇଛି ସେଥିମଧ୍ୟରୁ ୧୭ ତମ ଲୋକ ସଭା ନିର୍ବାଚନ ସବୁଠାରୁ ମହଙ୍ଗା ବୋଲି କୁହାଯାଉଛି। କାରଣ ଏହି ନିର୍ବାଚନରେ ପାଖାପାଖି ୭୦ ହଜାର କୋଟି ଟଙ୍କ ଖର୍ଚ୍ଚ ହୋଇଛି ବୋଲି ଆକଳନ କରାଯାଇଛି। ସେଣ୍ଟର ଫର୍‌ ମିଡିଆ ଷ୍ଟଡିଜ୍‌(ସିଏମ୍‌ଏସ୍‌)ର ଏକ ରିପୋର୍ଟରେ ଏହା ଦର୍ଶାଯାଇଛି। ଏହି ରିପୋର୍ଟ ଅନୁଯାୟୀ ୧୭ତମ ଲୋକ ସଭା ନିର୍ବାଚନରେ ପ୍ରାର୍ଥିମାନେ ପ୍ରାୟ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥବା ବେଳେ ନିର୍ବାଚନ ଆୟୋଗ ଆହୁରି ୧୫-୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

Share