Posted inଜାତୀୟ

୧୭ତମ ଲୋକ ସଭାରେ ୧୫୯ ଏମ୍‌ପିଙ୍କ ବିରୋଧରେ ଗୁରୁତର ଆପରାଧୀକ ମାମଲା: ଏଡିଆର୍‌ ରିପୋର୍ଟ

ନୂଆଦିଲ୍ଲୀ,୨୬।୫: ଦେଶର ୧୭ତମ ଲୋକ ସଭା ପାଇଁ ନିର୍ବାଚିତ ହୋଇଥିବା ୫୪୨ ଏମ୍‌ପି ମଧ୍ୟରୁ ୧୫୯ଙ୍କ ବିରୋଧରେ ଗୁରୁତର ଆପରାଧୀକ ମାମଲା ଥିବା ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ଆଲାଏନ୍ସ(ଏଡିଆର୍‌) ରିପୋର୍ଟରେ ପ୍ରକାଶ ପାଇଛି। ୫୩୯ଜଣ ଏମ୍‌ପିଙ୍କର ସତ୍ୟପାଠରୁ ଏହା ଜଣାପଡ଼ିଛି। ଚଳିତ ଲୋକ ସଭାରେ ମୋଟ ୨୩୩ ଏମ୍‌ପିଙ୍କ ବିରୋଧରେ ହତ୍ୟା ଧମକ, ହତ୍ୟା, ବଳାତ୍କାର, ଅପରହରଣ ଆଦି ମାମଲା ରହିଛି। ଭାଜପାର ନବନିର୍ବାଚିତ ୩୦୩ ଏମ୍‌ପି ମଧ୍ୟରୁ ୩୦୧ ଜଣଙ୍କ ସତ୍ୟପାଠର ବିଶ୍ଳେଷଣ କରାଯାଇଛି। ସେମାନଙ୍କ ମଧ୍ୟରୁ ସ୍ବାଧୀ ପ୍ରଜ୍ଞା ସିଂଙ୍କ ସମେତ ୧୧୬ ଜଣଙ୍କ ନାମରେ ଆପରାଧୀକ ମାମଲା ରହିଛି। ସେହିପରି କଂଗ୍ରେସର ୫୨ ଏମ୍‌ପି ମଧ୍ୟରୁ ୨୯ଜଣଙ୍କ ନାମରେ ଏଭଳି ମାମଲା ରହିଛି। ବିଏସ୍‌ପିର ୧୦ ଏମ୍‌ପିଙ୍କ ମଧ୍ୟରୁ ୫ ଜଣ ନାମରେ ମାମଲା ରହିଥିବାବେଳେ ଜେଡିୟୁର ୧୬ ଜଣଙ୍କ ମଧ୍ୟରୁ ୧୩ ଜଣ, ତୃଣମୂଳ କଂଗ୍ରେସର ୨୨ ଜଣଙ୍କ ମଧ୍ୟରୁ ୯ ଜଣ ଏବଂ ଏମ୍‌ସିପିର ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ନାମରେ ଏଭଳି ମାମଲା ରହିଥିବା ଏଡିଆର୍‌ ରିପୋର୍ଟରେ ଦର୍ଶାଯାଇଛି। ୨୦୦୯ରେ ନିର୍ବାଚିତ ଏମ୍‌ପି ମଧ୍ୟରୁ ୧୬୨ ଜଣଙ୍କ ନାମରେ ଆପରାଧୀକ ମାମଲା ଥିବାବେଳେ ସେମାନଙ୍କ ମଧ୍ୟରୁ ୭୬ ଜଣଙ୍କ ନାମରେ ଗୁରୁତର ମାମଲା ରହିଥିଲା। ସେହିପରି ୨୦୧୪ରେ ୧୮୫ ଏମ୍‌ପି ନାମରେ ମାମଲା ରହିଥିଲା। ସେମାନଙ୍କ ମଧ୍ୟରୁ ୧୧୨ଙ୍କ ନାମରେ ଗୁରୁତର ମାମଲା ଥିଲା। ଚଳିତ ଲୋକସଭାରେ କେରଳ ଇଡ୍ଡୁକୀ ଲୋକ ସଭା ଆସନରୁ ବିଜୟୀ ହୋଇଥିବା କଂଗ୍ରେସ ଏମ୍‌ପି ଡିନ୍‌ କୁରିୟାକୋସ୍‌ଙ୍କ ନାମରେ ସର୍ବାଧିକ ୨୦୪ ମାମଲା ଥିବା ଏଡିଆର୍‌ ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

୯ ଯୁବ IASଙ୍କୁ ମିଳିଲା ନୂଆ ଦାୟିତ୍ୱ: ଏହି ସବୁ ସ୍ଥାନରେ ଉପଜିଲାପାଳ ଭାବେ ହେଲେ ନିଯୁକ୍ତ

ଭୁବନେଶ୍ୱର, ୮।୯: ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ନିଯୁକ୍ତି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। IAS ଅନିମେଶ ପ୍ରଧାନଙ୍କୁ…

Gen-Zଙ୍କୁ ବଡ଼ ବାର୍ତ୍ତା ଦେଲେ ମୋଦି

ଭଦୋଦରା,୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୁଜରାଟର ଭଦୋଦରାରେ ପହଞ୍ଚିଥିଲେ। ସେଠାରେ ସେ ଗୁଜରାଟ ଏବଂ ମଧ୍ୟପ୍ରଦେଶ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର ଉଦଘାଟନ…

ସ୍କୁଲରେ ଚାଞ୍ଚଲ୍ୟ; ପାଇଖାନାରୁ ମିଳିଲା ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତଦେହ

ଲକ୍ଷ୍ନୌ,୮।୯: ଉତ୍ତରପ୍ରଦେଶର ମବାନା ଅଞ୍ଚଳର ଏକ ଘରୋଇ ସ୍କୁଲରେ ଘଟିଛି ଦୁଃଖଦ ଘଟଣା। ସପ୍ତମ ଶ୍ରେଣୀର ୧୩ ବର୍ଷୀୟ ଛାତ୍ର କୁନାଲ ଶର୍ମାଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ…

RBIର ବଡ଼ ଘୋଷଣା: UPI ଓ QR କୋଡ ବ୍ୟବହାରକାରୀ ସାବଧାନ! ୧୫ ସେପ୍ଟେମ୍ବରରୁ ବ୍ଲକ ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ ଏବଂ ଦୋକାନରେ QR କୋଡ କିମ୍ବା UPI ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ…

ସରକାରୀ କର୍ମଚାରୀଙ୍କ ବଢ଼ିବ ଦରମା! ସାମ୍ନାକୁ ଆସିଲା ୮ମ ବେତନ ଆୟୋଗର ନୂଆ ଅପଡେଟ୍

ନୂଆଦିଲ୍ଲୀ,୮।୯: କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍‌ଭୋଗୀଙ୍କ ପାଇଁ ୮ମ ବେତନ ଆୟୋଗର ଆଲୋଚନା ଜୋରଦାର ହୋଇଛି। ଆୟୋଗ ୭ ଓ ୮ ସେପ୍ଟେମ୍ବରରେ ଚେନ୍ନାଇରେ କର୍ମଚାରୀ ସଂଗଠନ,…

ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା ଦେଲେ ହାଇକୋର୍ଟ, ପିଏମ୍‌ ମୋଦିଙ୍କୁ ନେଇ…

ନୂଆଦିଲ୍ଲୀ, ୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମନ୍ତବ୍ୟକୁ ନେଇ ଚାଲିଥିବା ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା ଲାଗିଛି। ମଙ୍ଗଳବାର (ସେପ୍ଟେମ୍ବର…

ଗାଡ଼ିର ଚାଲାଣ ଭରିନାହାନ୍ତି କି? ଏହିଦିନ ମିଳିବ ବଡ଼ ସୁଯୋଗ, କମ୍‌ ଟଙ୍କାରେ କରନ୍ତୁ ସମାଧାନ

ନୂଆଦିଲ୍ଲୀ,୮।୯: ରାସ୍ତାରେ ଟ୍ରାଫିକ ନିୟମ ଏବେ ଅଧିକ କଡ଼ା ହୋଇଛି। ଅଜାଣତରେ କିମ୍ବା ଭୁଲ୍‌ବଶତଃ ଗାଡ଼ିର ଇ-ଚାଲାଣ କଟିଯିବା ସାଧାରଣ କଥା। ଅନେକ ସମୟରେ ଚାଲାଣ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri