୧୬ ବର୍ଷ ବୟସରେ ବଲିଉଡ୍‌ରେ ଡେବ୍ୟୁ କରଥିଲେ ଡିମ୍ପଲ୍‌

ମୁମ୍ବାଇ,୮।୬: ବଲିଉଡ୍‌ ନାୟିକା ଡିମ୍ପଲ୍‌ କପାଡ଼ିଆ ଶନିବାର ୬୨ ବର୍ଷରେ ପାଦ ଥାପିଛନ୍ତି। ୧୯୫୭ ଜୁନ୍‌ ୮ରେ ସେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ ୧୬ ବର୍ଷ ବୟସ ହୋଇଥିବାବେଳେ ରାଜକପୁର ଡିମ୍ପଲଙ୍କୁ ଫିଲ୍ମ ବବି ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବାର ସୁଯୋଗ ଦେଇଥିଲେ। ମେରା ନାମ୍‌ ଜୋକର ଫିଲ୍ମ ପରେ ରାଜକପୁରଙ୍କ ସ୍ଥିିତି ଖରାପ ଥିଲା। ଏହାପରେ ଡିମ୍ପଲଙ୍କ ଜୀବନରେ ଆସିଥିଲା ବିରାଟ ପରିବର୍ତ୍ତନ। ସୁପରଷ୍ଟାର ରାଜେଶ ଖାନ୍ନା ଡିମ୍ପଲଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ରାଜେଶଙ୍କ ବୟସ ସେତେବେଳେ ୩୧ ଥିଲା। ସେ ଡିମ୍ପଲଙ୍କଠାରୁ ୧୫ ବର୍ଷ ବୟସ ବଡ଼ଥିଲେ। ତେବେ ଦୁହିଁଙ୍କ ବିବାହ ପରେ ବବି ଫିଲ୍ମ ୧୯୭୩ରେ ପରଦାକୁ ଆସିଥିଲା। ଏହି ଫିଲ୍ମ ବକ୍ସ୍‌ ଅଫିସ୍‌ ରେକର୍ଡ ଭାଙ୍ଗିବାକୁ ସକ୍ଷମ ହୋଇଥିଲା। ରାତାରାତି ଡିମ୍ପଲ ଷ୍ଟାରଡମ୍‌ ହାସଲ କରିଥିଲେ। ଏହା ସହିତ ରାଜକପୁରଙ୍କ ସ୍ଥିତିରେ ମଧ୍ୟ ପରିବର୍ତ୍ତନ ହୋଇଥିଲା।

Share