୧୬ ବର୍ଷରେ ପାଦ ଦେଲା ଜି-ମେଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୧।୪: ଜି-ମେଲ୍‌କୁ ବୁଧବାର ୧୬ ବର୍ଷରେ ପାଦ ଦେଇଛି। ୨୦୦୪ ଏପ୍ରିଲ୍‌ ୧ରେ ଏହାର ଶୁଭାରମ୍ଭ ହୋଇଥିଲା। ଏହା ଆମେରିକାର କମ୍ପ୍ୟୁଟର ଇଞ୍ଜିନିୟର ପାଉଲ୍‌ ଟି ବୁଚେଟ୍‌ଙ୍କ ଦ୍ୱାରା ତିଆରି ହୋଇଥିଲା। ପ୍ରଥମେ ଜି-ମେଲ୍‌ ପ୍ରତି ବ୍ୟବହାରକାରୀଙ୍କୁ ଏକ ଗିଗାବାଇଟ୍‌ ସ୍ପେସ୍‌ ଉପଲବ୍ଧ କରାଉଥିବାବେଳେ ଏବେ ଏହି ଫ୍ରି ସ୍ପେସ୍‌ ୧୫ ଜିବିକୁ ବୃଦ୍ଧି ପାଇଛି। ପୃଥିବୀରେ ପ୍ରତିମାସରେ ୧୫୦ କୋଟି ଆକ୍ଟିଭ୍‌ ୟୁଜର୍ସ ଜି-ମେଲ୍‌ ବ୍ୟବହାର କରିଥାନ୍ତି। ୟୁଜର୍ସ ୫୦ ଏମ୍‌ବି ପର୍ଯ୍ୟନ୍ତ ଇ-ମେଲ୍‌ ଏହା ଦ୍ୱାରା ଉପଲବ୍ଧ କରିପାରୁଛି । ଏହାଠାରୁ ଅଧିକ ବଡ଼ ଇ-ମେଲ୍‌ ପାଇଁ ଗୁଗଲ୍‌ ଡ୍ରାଇଭ୍‌ର ସହାୟତା ନିଆଯାଇ ପାରୁଛି। ୨୦୧୯ରେ ଜି-ମେଲର ଅପଡେଟ୍‌ ଭର୍ସନ ଉପଲବ୍ଧ ହୋଇଥିଲା। ଏଥିରେ କେତେକ ନୂତନ ଫିଚରକୁ ଅନ୍ତର୍ଭୁକ୍ତ କରାଯାଇଥିଲା।

Share