୧୬ ନଂ. ଜାତୀୟ ରାଜପଥର ଡାହାଲା ନିକଟରେ ଓଲଟିଲା ବସ୍‌

ଭଣ୍ଡାରିପୋଖରୀ,୧୯।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ୧୬ନଂ. ଜାତୀୟ ରାଜପଥର ଡାହାଲା ନିକଟରେ ବୁଧବାର ସକାଳେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ଘଟିଛି। ଏଥିରେ ୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତେବେ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ବାଲେଶ୍ବରରୁ ଭୁବନେଶ୍ୱର ଯାଉଥିବା (ଓଡି୦୨-ଏସ୍‌୮୮୬୬) ବସ୍‌ ନେଉଳିଆଠାରେ ଭାରସାମ୍ୟ ହରାଇ ରାଜପଥ ପାର୍ଶ୍ୱକୁ ଓଲଟି ପଡ଼ିଥିଲା। ତେବେ ବସ୍‌ରେ ୪୮ ଜଣ ଯାତ୍ରୀ ଥିବା ସୂଚନା ମିଳିଛି।