୧୬ ନଂ. ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର

ଚଣ୍ଡିଖୋଲ,୧୧।୧(ଡି.ଏନ୍‌.ଏ.): ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ କଡ଼େଇଛକ ନିକଟରେ ଶନିବାର ସକାଳେ ଏକ ଗ୍ୟାସ୍‌ ଟ୍ୟାଙ୍କର ଗାଡି ଓଲଟି ପଡିଛି। ଏଚ୍‌ପି ଗ୍ୟାସ୍‌ ନେଇ ଟ୍ୟାଙ୍କରଟି କଟକରୁ କୋଲ୍‌କାତା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ଥିବା ବେଳେ ୬ ଲେନ୍‌ ବିଶିଷ୍ଟ ଉକ୍ତ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱକୁ ପୋଲିସ ବନ୍ଦ କରିଛି। ଗ୍ୟାସ ଲିକ୍‌ ହୋଇଥିବାରୁ ନିକଟସ୍ଥ ବଜାରକୁ ବନ୍ଦ କରିଦିଆଯାଇଛି। ଚଣ୍ଡିଖୋଲ ଅଗ୍ନିଶମ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି।