୧୬୦ ଫୁଟ ଉପରେ ବସି ଖାଇବାର ମଜା

ନୋଏଡା: ପ୍ରତି କ୍ଷେତ୍ରରେ ପ୍ରତିଯୋଗିତାମୂଳକ ମନୋଭାବ ଲୋକମାନଙ୍କୁ କିଛି ନିଆରା କରି ଦେଖାଇବା ପାଇଁ ପ୍ରେରଣା ଯୋଗାଉଛି। ଯେକୌଣସି ବ୍ୟବସାୟ ହେଉନା କାହିଁକି ଗ୍ରାହକଙ୍କୁ ଆକୃଷ୍ଟ କରିବା ସକାଶେ ସମସ୍ତେ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। ରେଷ୍ଟୁରାଣ୍ଟରେ ଉନ୍ନତମାନର ଖାଦ୍ୟ ସାଙ୍ଗକୁ ଭିନ୍ନ ଶୈଳୀରେ ଏହାକୁ ପରଷିବା ପାଇଁ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି ନୋଏଡାର ଏକ ରେଷ୍ଟୁରାଣ୍ଟ ମାଲିକ ନିଖିଲ କୁମାର। ‘ଫ୍ଲାଇଂ ଡାଇନିଂ ଆଟ୍‌ ନୋଏଡା’ ନାମରେ ସେ ଏକ ରେଷ୍ଟୁରାଣ୍ଟ ଖୋଲିଛନ୍ତି, ଯେଉଁଠି ଗ୍ରାହକମାନେ ଭୁପୃଷ୍ଠରୁ ୧୬୦ ଫୁଟ ଉପରେ ଡାଇନିଂରେ ବସି ଖାଇବାର ମଜା ନେଇପାରିବେ। ରେଷ୍ଟୁରାଣ୍ଟର ମ୍ୟାନେଜିଂ ଡାଇରେକ୍ଟର ନିଖିଲ କୁହନ୍ତି, ଥରେ ଦୁବାଇ ଯାଇଥିବା ବେଳେ ସେଠାରେ ସେ ଏଭଳି ଫ୍ଲାଇଂ ଡାଇନିଂ ବିଷୟରେ ଜାଣିବାକୁ ପାଇଥିଲେ। ଏହାପରେ ଭାରତରେ ଏଭଳି ରେଷ୍ଟୁରାଣ୍ଟ ଆରମ୍ଭ କରିବାକୁ ମନସ୍ଥ କରିଥିଲେ। କିନ୍ତୁ ଲୋକଙ୍କ ସୁରକ୍ଷା ଓ ଅନୁଭବକୁ ଆହୁରି ଉତ୍କୃଷ୍ଟ କରି ଗଢ଼ିତୋଳିବା ପାଇଁ ରେଷ୍ଟୁରାଣ୍ଟ ତିଆରି କରିବାକୁ ୨ବର୍ଷ ସମୟ ଲାଗିଗଲା ବୋଲି ନିଖିଲ କହିଛନ୍ତି। ସେ ଆହୁରି କୁହନ୍ତି, ଏଠାରେ କାମ କରୁଥିବା ଲୋକମାନଙ୍କୁ ଜର୍ମାନୀରୁ ଆସିଥିବା ପ୍ରଶିକ୍ଷକମାନେ ଟ୍ରେନିଂ ଦେଇଛନ୍ତି। କ୍ରେନ୍‌ ସାହାଯ୍ୟରେ ଏହି ଡାଇନିଂ ଟେବୁଲ୍‌କୁ ଉପରକୁ ନିଆଯାଏ। ତା’ପୂର୍ବରୁ ସମସ୍ତେ ଠିକ୍‌ ଭାବେ ସିଟ୍‌ ବେଲ୍ଟ ଲଗାଇଛନ୍ତି କି ନାହିଁ ସେ ନେଇ ୩ ଥର ଯାଞ୍ଚ କରାଯାଏ। ସୁରକ୍ଷା ପାଇଁ ଲଗାଯାଇଥିବା ସମସ୍ତ ଉପକରଣ ଜର୍ମାନୀର ଏକ ସାର୍ଟିଫାଏଡ୍‌ କମ୍ପାନୀରୁ ଟେଷ୍ଟ କରାଯାଇଛି। ତଥାପି ସୁରକ୍ଷା ଦୃଷ୍ଟିରୁ ଗର୍ଭବତୀ ଓ ଛୋଟ ପିଲାମାନଙ୍କୁ ୪ ଫୁଟ ଉପରକୁ ଯିବାକୁ ଦିଆଯାଏନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri