୧୬ନଂ. ଜାତୀୟ ରାଜପଥର ବାଇପାସ୍‌ ରୋଡ୍‌: ବାରମ୍ବାର ଆନ୍ଦୋଳନ ପରେ ନିର୍ମାଣ ଚାଲିଛି ୬ଲେନ ରାସ୍ତା

ରଣପୁର,୨୬।୯(ସ୍ବ.ପ୍ର.): କୋଲକତା-ଚେନ୍ନାଇ ୧୬ନଂ. ଜାତୀୟ ରାଜପଥର ନୟାଗଡ଼ ଜିଲା ଚାନ୍ଦପୁରଠାରେ ବାଇପାସ୍‌ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି, ଆପତ୍ତି, ଅଭିଯୋଗ ଓ ଆନ୍ଦୋଳନ ପରେ ୬ଲେନ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ଓଭରବ୍ରିଜ କରା ନ ଗଲେ ଏଠାରେ ଦୁର୍ଘଟଣା ରୋକାଯାଇପାରିନି ବୋଲି ମତଦେଇ ସ୍ଥାନୀୟ ଲୋକେ ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ସେମାନେ ବାଇପାସ୍‌ ନିର୍ମାଣକୁ ବିରୋଧ କରୁ ନ ଥିଲେ ମଧ୍ୟ ଓଭରବ୍ରିଜ ହେଉ ନ ଥିବାରୁ ଜୀବନ ବଞ୍ଚାଇବାକୁ ଆନ୍ଦୋଳନ କରିବାକୁ ପଡିବ ବୋଲି ସୂଚନା ଦେଇଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ କେରଣ୍ଡାଟାଙ୍ଗୀ ଓ କନ୍ଧ ନୂଆଗଡ଼ ପଞ୍ଚାୟତର ମଧ୍ୟସ୍ଥଳୀ ହେଉଛି ଚାନ୍ଦପୁର। ଏଠାରେ ବସନ୍ତମଞ୍ଜରୀ ସାଧାରଣ ଚିକିତ୍ସାଳୟ ଓ ବଡ ବଜାର ରହିଥିବାରୁ ସବୁବେଳେ ଗହଳି ଲାଗିରହେ। ତେବେ ବାଇପାସ୍‌ ନିର୍ମାଣ ପରେ ଚାନ୍ଦପୁର ଅଞ୍ଚଳ ଦୁର୍ଘଟଣା ଜୋନ ପାଲଟିଛି। ଗତ ୨ମାସ ମଧ୍ୟରେ ୧୨୩ଟି ଦୁର୍ଘଟଣା ଘଟି ସାରିଲାଣି। ଦୁର୍ଘଟଣାକୁ ଏଡାଇବା ପାଇଁ ସ୍ଥାନୀୟ ବାସିନ୍ଦା ଓଭରବ୍ରିଜ ନିର୍ମାଣ ପାଇଁ ଦାବି କରିଆସୁଛନ୍ତି। ହେଲେ ଏହି ଦାବିକୁ ପ୍ରଶାସନ ଅଣଦେଖା କରୁଥିବାରୁ ସ୍ଥାନୀୟ ଲୋକଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ପ୍ରଶାସନ ଉପରେ ଚାପ ସୃଷ୍ଟି କରିବା ନିମନ୍ତେ ଗତ ୧୫ ତାରିଖରେ ସ୍ଥାନୀୟ ଜନସାଧାରଣ ଓ ଲୋକପ୍ରତିନିଧିଙ୍କ ଏକ ମିଳିତ ବୈଠକ ବସିଥିଲା। ଓଭରବ୍ରିଜ ନିର୍ମାଣ କରିବାରେ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଅସନ୍ତୋଷ ଓ କ୍ଷୋଭ ପ୍ରକାଶ ପାଇଥିଲା। ବୈଠକର ନିଷ୍ପତ୍ତି ଅନୁସାରେ ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ୨୪ନଂ. ଜିଲାପରିଷଦ ସଭ୍ୟ ବିଜୟ କେତନ ସାହୁ, ଚାନ୍ଦପୁର ସରପଞ୍ଚ ଜିତେନ୍ଦ୍ର କୁମାର ସାହୁ, କନ୍ଧନୟାଗଡ଼ ସରପଞ୍ଚ ଅରୁଣ କୁମାର ସୁବୁଦ୍ଧିଙ୍କ ନେତୃତ୍ୱରେ ଏକ ଟିମ୍‌ ଗତ ୨୦ତାରିଖରେ ନୟାଗଡ଼ ଜିଲାପାଳଙ୍କୁ ଭେଟି ଏହି ମର୍ମରେ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାର ସମାଧାନ ନ ହେଲେ ଆଗାମୀ ଦିନରେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri