୧୫ ବର୍ଷ ବଡ ଯୁବତୀଙ୍କୁ ପ୍ରେମବିବାହ କରି ପରେ ପଶ୍ଚାତାପ କରିଥିଲେ ନସିରୁଦ୍ଦିନ

ମୁମ୍ବାଇ: ବଲିଉଡ୍‌ର ନାଁ କଳା କରାକାର ନସିରୁଦ୍ଦିନ ଶାହ ତାଙ୍କ ଅଭିନୟ ପାଇଁ ବେଶ୍‌ ପ୍ରସିଦ୍ଧ। ନିଚ୍ଛକ ଅଭିନୟରେ ସେ ଦର୍ଶକଙ୍କୁ ବାନ୍ଧି ରଖି ପାରନ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ। ତାଙ୍କ ଅଭିନୀତ ଅନେକ ଫିଲ୍ମ ବକ୍ସ ଅଫିସରେ ହୋଇଛି ହିଟ୍‌। ଆଜିବି ତାଙ୍କ ଅଭିନୟ ଦେଖିବାକୁ ଦର୍ଶକେ ବେଶ୍‌ ପସନ୍ଦ କରନ୍ତି। ଏବେ ୭୦ ବର୍ଷରେ ପାଦ ଦେଇଥିବା ନସିରୁଦ୍ଦିନଙ୍କ ପର୍ସନାଲ ଲାଇଫ୍‌ କଥା ହୁଏତ ଅନେକଙ୍କୁ ଜଣା ନ ଥିବ। ନସିରୁଦ୍ଦିନଙ୍କୁ ଯେତେବେଳେ ମାତ୍ର ୧୯ ବର୍ଷ ସେତେବେଳେ ସେ ପଡିଥିଲେ ତାଙ୍କଠାରୁ ୧୫ ବର୍ଷ ବଡ ଜଣେ ଯୁବତୀଙ୍କ ପ୍ରେମରେ। ମନାରା ସିକରି ନାମକ ସେହି ଯୁବତୀଙ୍କୁ ୩୬ ବର୍ଷ ହୋଇଥିବା ବେଳେ ନସିରୁଦ୍ଦିନଙ୍କୁ ହୋଇଥାଏ ମାତ୍ର ୨୦ ବର୍ଷ। ଏହି ସମୟରେ ଉଭୟ ବିବାହ କଲେ। ଏହାପରେ ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ହେଲା। ହେଲେ ବିବାହ ପରେ ୧୫ ବର୍ଷ ଅଧିକ ବୟସର ଯୁବତୀଙ୍କୁ ବିବାହ କରିଥିବାରୁ ନସିରୁଦ୍ଦିନ ପଶ୍ଚାତାପ କରିବା ସହ ମନାରାଙ୍କଠାରୁ ଅଲଗା ହେବାକୁ ଚିନ୍ତା କରିଥିଲେ। ଆଉ ଶେଷରେ ଝିଅକୁ ୬ ମାସ ହୋଇଥିବା ବେଳେ ମନାରାଙ୍କଠାରୁ ଅଲଗା ହୋଇଗଲେ ନସିରୁଦ୍ଦିନ। ଏହାପରେ ଦୀର୍ଘ ୮ ବର୍ଷ ସେ ବିବାହ ନ କରି ରତନା ପାଠକଙ୍କ ସହ ରହିଥିଲେ ରିଲେସନଶିପରେ। ୧୯୮୨ରେ ମନାରାଙ୍କ ମୃତ୍ୟୁ ହେବାରୁ ନସିରୁଦ୍ଦିନ ରତନାଙ୍କୁ ଦ୍ୱିତୀୟ ସ୍ତ୍ରୀ ଭାବେ ଗ୍ରହଣ କରିଥିଲେ।

Share