୧୫ ବର୍ଷ ଚାକିରି ପରେ ଛଟେଇ:  ୩ ହଜାର ମିଟର୍‌ ରିଡରଙ୍କ ଭବିଷ୍ୟତ ଅନିଶ୍ଚିତ

ବ୍ରହ୍ମପୁର ଅଫିସ୍‌,୨୦ା୧୦-ସାଉଥ୍‌କୋ ଅଧୀନରେ ପ୍ରାୟ ୧୫ବର୍ଷ କାର୍ଯ୍ୟ କରିବା ପରେ ୩ହଜାର ମିଟର୍‌ ରିଡର ଛଟେଇ ହୋଇଛନ୍ତି। ଏମାନେ ବିଭିନ୍ନ ଠିକା ସଂସ୍ଥା ଅଧୀନରେ କାମ କରୁଥିଲେ। ହେଲେ ବର୍ତ୍ତମାନ ମିଟର୍‌ ରିଡିଂ ଏବଂ ବିଲ୍‌ ଆଦାୟ ଦାୟିତ୍ୱ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଙ୍କୁ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ଏହି ମିଟର ରିଡର୍‌ମାନେ ନିଯୁକ୍ତି ହରାଇଛନ୍ତି। ସେମାନଙ୍କ ଭବିଷ୍ୟତ ଅନିଶ୍ଚିତ ହୋଇପଡିଛି। ମାସେ ଭିତରେ ସେମାନଙ୍କୁ ଥଇଥାନ କରା ନ ଗଲେ, ବଡ଼ ଧରଣର ଆନ୍ଦୋଳନ ଡାକରା ଦିଆଯିବ ବୋଲି ସାଉଥ୍‌କୋ ମିଟର ରିଡର୍‌ ଶ୍ରମିକ ସଂଘ ଚେତାବନୀ ଦେଇଛି। ଶନିବାର ଗଞ୍ଜାମ କଳା ପରିଷଦରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଘ ତରଫରୁ ଏହା କୁହାଯାଇଛି ।
ପଦାଧିକାରୀଙ୍କ କହିବାନୁଯାୟୀ, ଗଞ୍ଜାମ ସମେତ ଗଜପତି, କନ୍ଧମାଳ, ବୌଦ୍ଧ, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଏବଂ ମାଲକାନଗିରି ଜିଲାର ବିଦ୍ୟୁତ୍‌ ଉପଭୋକ୍ତାଙ୍କ ମିଟର୍‌ ରିଡିଂ କାର୍ଯ୍ୟ ପ୍ରାୟ ୩ହଜାର କର୍ମଚାରୀ କରୁଛନ୍ତି। ସେମାନେ ବିଦ୍ୟୁତ୍‌ ବିତରଣ ସଂସ୍ଥା ସାଉଥ୍‌କୋ ୟୁଟିଲିଟିର ବିଭିନ୍ନ ଠିକା ସଂସ୍ଥା ଅଧୀନରେ ନିୟୋଜିତ ହୋଇଛନ୍ତି। ଅନେକ ଏହା ଭିତରେ ୧୫ବର୍ଷ ହେଲା କାର୍ଯ୍ୟ କଲେଣି। କିନ୍ତୁ ଆବଶ୍ୟକତା ଅନୁଯାୟୀ ମଜୁରି ମିଳୁନି। ଗୋଟିଏ ବିଲ୍‌ ପିଛା ମାତ୍ର ୩ଟଙ୍କା ମିଳୁଛି। ଏଭଳି ଭାବରେ ଜଣେ ମିଟର ରିଡର୍‌ ମାସିକ ହାରାହାରି ୬ରୁ ୭ହଜାର ଟଙ୍କା ମଜୁରି ପାଉଛନ୍ତି। ହେଲେ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ, ସେମାନେ ଦୈନିକ ସର୍ବନିମ୍ନ ମଜୁରି ୩୭୦ଟଙ୍କା ଦାବି କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଦାବି ପୂରଣ ହୋଇପାରି ନାହିଁ । ଗତ ମାସ ଭୁବନେଶ୍ୱର ଶ୍ରମ ନିର୍ଦ୍ଦେଶାଳୟରେ ଏନେଇ ଆଲୋଚନା ହୋଇଥିଲା। ସମସ୍ତ ବିଦ୍ୟୁତ୍‌ ବିତରଣ କମ୍ପାନୀ ଏବଂ ଠିକା ସଂସ୍ଥାଙ୍କ ମତାମତ ନିଆଯାଇଥିଲା। ମିଟର ରିଡିଂ ସହ ବିଲ୍‌ ଆଦାୟ କାର୍ଯ୍ୟ ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ସାଉଥ୍‌କୋରେ ଏହା କାର୍ଯ୍ୟକାରୀ ହୋଇନି। ସର୍ବନିମ୍ନ ମଜୁରି ମିଳୁନାହିଁ। ଏ ସମ୍ପର୍କରେ କର୍ମଚାରୀମାନେ ସାଉଥ୍‌କୋ ଅଧିକୃତ ଅଧିକାରୀଙ୍କ ସହ କଥା ହୋଇଥିଲେ। ଏସ୍‌ଏଚ୍‌ଜିକୁ ରିଡିଂ ଏବଂ ବିଲ୍‌ ଆଦାୟ ଦାୟିତ୍ୱ ସରକାର ଦେଇଛନ୍ତି । ଏଣୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ସେ ପରାମର୍ଶ ଦେଇଥିଲେ। ଗତ ୧୪ତାରିଖରେ କର୍ମଚାରୀମାନେ ଏନେଇ ଗ୍ରୀଡ୍‌କୋ ସିଜିଏମ୍‌ ଇତିଶ୍ରୀ ସାହୁଙ୍କ ସହ ଆଲୋଚନା କରିଥିଲେ। ସେ ସାଉଥ୍‌କୋ ଅଧିକାରୀଙ୍କ ସହ କଥା ହୋଇ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏତଦ୍‌ ବ୍ୟତୀତ କର୍ମଚାରୀମାନେ ନିର୍ବାଚିତ ଜନପ୍ରତିନିଧି ଏବଂ ସାଉଥ୍‌କୋ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସବୁଆଡ଼ୁ ନିରାଶ ହୋଇଛନ୍ତି। ଯଦି ଅକ୍ଟୋବର ଶେଷ ସୁଦ୍ଧା କୌଣସି ନିଷ୍ପତ୍ତି ନିଆ ନ ଯାଏ, ତେବେ ଆସନ୍ତା ମାସ ପହିଲାରୁ ସେମାନେ ବଡ଼ ଧରଣର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଏସ୍‌ଏଚ୍‌ଜିକୁ ଦାୟିତ୍ୱ ଦେବାକୁ ସେମାନେ ବିରୋଧ କରୁନାହାନ୍ତି। ହେଲେ ମିଟର୍‌ ରିଡର୍‌ଙ୍କୁ ଥଇଥାନ ହିଁ ମୁଖ୍ୟ ଦାବି ବୋଲି ସଂଘ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ଉପସଭାପତି ଦିବାକର ବେହେରା, ସନାତନ ଜେନା, ସମ୍ପାଦକ ବିଭୁଧର ପାଢୀ, ଯୁଗ୍ମ ସମ୍ପାଦକ ନୀଳାଞ୍ଚଳ ପଣ୍ଡା ଏବଂ ପ୍ରଶାନ୍ତ କୁମାର ବାରିକ ପ୍ରମୁଖ ପ୍ରକାଶ କରିଛନ୍ତି ।
ସମ୍ପର୍କରେ ସାଉଥ୍‌କୋ ଜିଏମ୍‌(କମର୍ସ) ଲେଙ୍କା ପ୍ରସାଦ କହିଛନ୍ତି, ଠିକା ସଂସ୍ଥାଗୁଡ଼ିକ ଜରିଆରେ ମିଟର୍‌ ରିଡିଂ ପାଇଁ ସେମାନେ କାର୍ଯ୍ୟ କରୁଥିଲେ। ଏବେ ଏସ୍‌ଏଚ୍‌ଜି ଏହି କାମ କରିବେ । ତଥାପି ଚଳିତ ମାସ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା। ସେମାନେ ଏବାବଦରେ ମଜୁରି ମଧ୍ୟ ପାଇବେ। ହେଲେ ସେମାନେ ଏହାକୁ ଗ୍ରହଣ କରିନାହାନ୍ତି। ନିଜ ଆଡ଼ୁ କାମ ବନ୍ଦକରି ଦେଇଛନ୍ତି । ଭବିଷ୍ୟତରେ କୌଣସି ପ୍ରକାର ଆଲୋଚନା ପାଇଁ ସେମାନେ ସୁଯୋଗ ରଖିନାହାନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri