Categories: ଜାତୀୟ

୧୫ ଦିନ ବଢ଼ିଲା ନାଇଟ୍‌ କର୍ଫ୍ୟୁ

ଅହମ୍ମଦାବାଦ,୨୭।୨: କୋଭିଡ୍‌-୧୯ର ନୂତନ ଷ୍ଟ୍ରେନ ବୃଦ୍ଧିକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ଅହମ୍ମଦାବାଦ ସମେତ ରାଜ୍ୟର ୪ଟି ପ୍ରମୁଖ ସହରରେ ରାତ୍ର କର୍ଫ୍ୟୁକୁ ଆଉ ୧୫ ଦିନ ପାଇଁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅହମ୍ମଦାବାଦ, ସୁରଟ, ଭଦୋଦରା ଏବଂ ରାଜକୋଟରେ ଚାଲିଥିବା ରାତି କର୍ଫ୍ୟୁ ଫେବୃୟାରୀ ୨୮ରେ ଶେଷ ହେବ। ହେଲେ ସରକାର ଉପରୋକ୍ତ ସହରରେ ପୁଣି ରାତ୍ର କର୍ଫ୍ୟୁକୁ ୧୫ ଦିନ ପାଇଁ ବଢାଇ ଦେଇଛନ୍ତି। ଏହା ରାତି କର୍ଫ୍ୟୁର ପଞ୍ଚମ ସମ୍ପ୍ରସାରଣ। ଚାଲୁଥିବା ରାତି କର୍ଫ୍ୟୁ ମଧ୍ୟରାତ୍ରିରୁ ଆରମ୍ଭ ହୋଇ ସକାଳ ୬ଟାରେ ଶେଷ ହେବ। ବର୍ଦ୍ଧିତ କର୍ଫ୍ୟୁ ବିଷୟରେ ସମୟ ଉଲ୍ଲେଖ କରାଯାଇ ନାହିଁ। ପୂରୁଣା କାର୍ଯ୍ୟସୂଚୀ ଜାରି ରହିବାର ସମ୍ଭାବନା ରହିଛି। ଗୁଜୁରାଟର କରୋନା ସ୍ଥିତିର ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିଷ୍ପତ୍ତି କ୍ରମେ ଏହି ବିବୃତି ପ୍ରକାଶ ପାଇଛି। ଏପରି କି ସରକାର ଟିକାକରଣକୁ ତ୍ୱରାନ୍ବିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Share