୧୫ ଦିନରେ ଓଜନ କମାଇବାକୁ ଚାହୁଁଥିଲେ ପ୍ରତିଦିନ ଏଥିରୁ ୪ କପ୍‌ ପିଇବା ଉଚିତ୍‌

ୟୁନିଭର୍‌ସିଟି ଇଲିନୋଇସ୍‌ର ବୈଜ୍ଞାନିକମାନେ ଏକ ଗବେଷଣା କରି କହିଛନ୍ତି, କଫିର ଯେତିକି ଓଜନ କମାଇବା କ୍ଷମତା ରହିଛି ଅନ୍ୟ କୌଣସି ପାନୀୟରେ ନାହିଁ। କଫି ଶରୀରରେ କୋଲେଷ୍ଟରଲ ମାତ୍ରା ନିୟନ୍ତ୍ରଣ କରିଥାଏ। ଅତ୍ୟଧିକ ମିଠାଯୁକ୍ତ ଖାଦ୍ୟ କିମ୍ବା ଫ୍ୟାଟ୍‌ ଥିବା ଖାଦ୍ୟ ଗ୍ରହଣ କରିଥିଲେ କଫି ପିଇବା ପରେ ଏହା ଶରୀରରେ ନିୟନ୍ତ୍ରଣ ରକ୍ଷା କରିଥାଏ। ଏହା ସହିତ ଓଜନ ମଧ୍ୟ କମିଥାଏ।

ଗବେଷଣାରୁ ଜଣାପଡ଼ିଛି, କଫି ଆମ ଶରୀରରୁ ୨୦-୪୦ ପ୍ରତିଶତ ଫ୍ୟାଟ୍‌ ଅଂଶ କମ୍‌ କରିଥାଏ। ଫଳରେ କଫି ପିଇବା ଶରୀର ପାଇଁ ଲାଭଦାୟକ। ଯଦି ୧୫ ଦିନରେ ଓଜନ କମାଇବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ୪ କପ୍‌ କଫି ପିଇବା ଉଚିତ୍‌ ବୋଲି ଇଲିନୋଇସ୍‌ର ସ୍ବାସ୍ଥ୍ୟ ବିଶେଷଜ୍ଞ ଗବେଷଣା କରି କହିଛନ୍ତି।