୧୫ ଜିଲାକୁ ବଜ୍ରପାତ ସତର୍କତା

ଭୁବନେଶ୍ୱର, ୧୨।୮(ବ୍ୟୁରୋ): ସୋମବାର ରାଜ୍ୟର ଅନେକ ଜିଲାରେ ବର୍ଷା ଓ ବଜ୍ରପାତର ଆଶଙ୍କା ରହିଛି। ଏଥିପାଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରାହ୍ନ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ସତର୍କ ରହିବାକୁ ୧୫ଟି ଜାଲାବାସୀଙ୍କୁ ପରାମର୍ଶ ଦିଆଯାଇଛି। ଉକ୍ତ ଜିଲାଗୁଡ଼ିକ ହେଲା- କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, ସୋନପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତ୍‌ସିଂହପୁର, ପୁରୀ, କଟକ, ଖାର୍ଦ୍ଧା, ଗଞ୍ଜାମ ଓ ନୟାଗଡ଼।