Categories: ଜାତୀୟ

୧୫୦ ବର୍ଷ ପୁରୁଣା ବରଗଛର ରହିଛି ୨ ଶହ ଶାଖା: ଇଂରେଜ ଏଠାରେ କରୁଥିଲେ ନୀଳ ଚାଷ

ପାଟନା,୨୯।୭: ବିହାର ଗୋପାଳଗଞ୍ଜରେ ରହିଛି ୧୫୦ ବର୍ଷ ପୁରୁଣା ବରଗଛ। ଏହାର ୨ ଶହ ଶାଖା ରହିଛି। ବରଗଛ ଏକ ବିଘା ଅର୍ଥାତ୍‌ ୧୪ ହଜାର ୪ଶହ ବର୍ଗ ଫୁଟ ପରିମିତ ଅଞ୍ଚଳରେ ଏହାର ଶାଖା ମେଲାଇଛି। ସ୍ଥାନୀୟ ବୈକୁଣ୍ଠପୁର ଅଞ୍ଚଳର ରାଜାପଟ୍ଟୀ କୋଠାସ୍ଥିତ ସୋନାସତୀ ମନ୍ଦିର ନିକଟରେ ଏହି ବରଗଛ ରହିଛି। ଏଠାକାର ତାପମାତ୍ରା କମ୍‌ ରହୁଥିବାରୁ ଇଂରେଜମାନେ ଏଠାରେ ନୀଳ ଚାଷ କରିବା ପାଇଁ ସମଗ୍ର ଅଞ୍ଚଳକୁ ସରଂକ୍ଷିତ କରିଥିଲେ। ଏବେ ଏହି ଅଞ୍ଚଳ ଏକ ଐତିହାସିକ ସ୍ଥଳର ମାନ୍ୟତା ପାଇଛି।

Share