୧୫୦ ଫୁଟ ଉଚ୍ଚ ରୋପ୍‌ଓ୍ବେ କେବୁଲ୍‌ରେ ଝୁଲି ରହିଲା ବିମାନ: ଦେଢ଼ଘଣ୍ଟା ଡେଣାରେ ବସି ରହିଲେ ଚାଳକ ଓ ଯାତ୍ରୀ

ରୋମ୍‌,୧୩।୧୦: ଇଟାଲୀର ଆଲ୍ପସ୍‌ ପର୍ବତ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ୧୫୦ ଫୁଟ ଉଚ୍ଚ ରୋପ୍‌ଓ୍ବେ କେବୁଲ୍‌ରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଝୁଲି ରହିଥିଲା। ୬୨ ବର୍ଷ ବୟସ୍କ ବିମାନ ଚାଳକ ଏବଂ ଏଥିରେ ଯାତ୍ରା କରୁଥିବା ୫୫ ବର୍ଷ ବୟସ୍କ ଜଣେ ଯାତ୍ରୀ ନିଜ ଜୀବନ ବଞ୍ଚାଇବା ଲାଗି ଦେଢ଼ ଘଣ୍ଟା ବିମାନ ଡେଣାରେ ବସି ରହିଥିଲେ। ପରେ ଉଦ୍ଧାରକାରୀ ଦଳ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛନ୍ତି। ବେଲିନଟିନା ସ୍କି ରିସୋର୍ଟ ଦ୍ୱାରା ସ୍ଥାପନ କରାଯାଇଥିବା ଏହି ରୋପ୍‌ଓ୍ବେର କେବୁଲରେ ନିୟନ୍ତ୍ରଣ ହରାଇ ବିମାନଟି ଧକ୍କା ଖାଇଥିଲା। ଏଥିରେ ବିମାନର ଗୋଟିଏ ଡେଣା ଭାଙ୍ଗି ଯାଇଥିଲା। ବିମାନ ଚାଳକ ଆହତ ହୋଇଥିବା ଉଦ୍ଧାରକାରୀ ଦଳ ପ୍ରବକ୍ତା ବାଲ୍ଟର ମିଲାନ୍‌ ସୂଚନା ଦେଇଛନ୍ତି।

Share