୧୫୦୦ ଏପିସୋଡ୍‌ରେ ଦୁର୍ଗା

ତରଙ୍ଗ ଚ୍ୟାନେଲରେ ପ୍ରସାରିତ ମେଗା ଧାରାବାହିକ ‘ଦୁର୍ଗା’ ଆଉ ଏକ ରେକର୍ଡ ସୃଷ୍ଟି କରିଛି। ନିକଟରେ ଏହାର ୧୫୦୦ତମ ଏପିସୋଡ୍‌ ପ୍ରସାରିତ ହୋଇଛି। ତରଙ୍ଗ ଚ୍ୟାନେଲରେ ଏପରି ରେକର୍ଡ ସୃଷ୍ଟି କରିବାରେ ‘ଦୁର୍ଗା’ ହେଉଛି ପ୍ରଥମ ଧାରାବାହିକ। ଏ ସମ୍ପର୍କରେ ଏହାର ନିର୍ଦ୍ଦେଶକ ତଥା ଓଲିଉଡ୍‌ ମେକର ଭାବେ ପରିଚିତ ମହେଶ ହାଜ୍‌ରା କହନ୍ତି, ‘ଜଣେ ସାହସୀ ଝିଅ ଦୁର୍ଗା କିପରି କଠିନ କାମକୁ ବୁଦ୍ଧି ଖଟାଇ ସମାଧାନ କରିବା ସହ ପରିବାରକୁ ଗୋଟିଏ ଡୋରିରେ ବାନ୍ଧି ରଖିବାକୁ ଚେଷ୍ଟା କରୁଛି ତାହା ଏହି ଧାରାବାହିକରେ ବେଶ୍‌ ସୁନ୍ଦର ଭାବେ ଦୃଶ୍ୟାୟନ କରାଯାଇଛି। କାହାଣୀ ଅନୁସାରେ ଉପସ୍ଥାପନା ଧାରାବାହିକଟିକୁ ଲୋକପ୍ରିୟ କରାଇବାରେ ସହାୟକ ହୋଇଛି। ଟାଇଟଲ ଭୂମିକାରେ କେବଳ ଅର୍ପିତା (କର) ନୁହନ୍ତି, ସମସ୍ତ କଳାକାରଙ୍କ ନିଖୁଣ ଅଭିନୟ ଏହାକୁ ଏପରି ଏକ ରେକର୍ଡ ସୃଷ୍ଟି କରିବାରେ ସାହାଯ୍ୟ କରିଛି ବୋଲି ଜୋର୍‌ ଦେଇ କହିବି। ବର୍ତ୍ତମାନ ଏହାର ତୃତୀୟ ଜେନେରେଶନ ଅନୁସାରେ କାହାଣୀ ଗତିଶୀଳ। ୨୦୧୪ ଡିସେମ୍ବର ୧ରେ ‘ଦୁର୍ଗା’ର ପ୍ରଥମ ଏପିସୋଡ୍‌ ପ୍ରସାରିତ ହୋଇଥିଲା। ଦୀର୍ଘ ୫ ବର୍ଷ ଧରି ଦର୍ଶକ ଆମକୁ ଯେଉଁ ସ୍ନେହ ଶ୍ରଦ୍ଧା ଦେଇଛନ୍ତି ତାହାକୁ ଆମେ କଦାପି ଭୁଲିପାରିବୁ ନାହିଁ।’ ଏହି ଧାରାବାହିକର ପ୍ରଯୋଜନା କରିଛନ୍ତି ଛୋଟ ପରଦାର ପରିଚିତ ତଥା ଆଗଧାଡିର ପ୍ରଯୋଜକ ସୁବ୍ରତ ନାୟକ।

Share