Categories: ଜାତୀୟ

୧୫ରୁ ୩୧ ଜାନୁୟାରୀ ମଧ୍ୟରେ ଆୟୋଜିତ ହେବ ଜଲିକାଟୁ

ମଦୁରେ,୧୧।୧: ତାମିଲନାଡୁରେ ପୋଙ୍ଗଲ ଅବସରରେ ଖେଳାଯାଉଥିବା ଜଲିକାଟୁ ମଦୁରେ ଜିଲାରେ ୧୫ରୁ ୩୧ ଜାନୁୟାରୀ ମଧ୍ୟରେ ଆୟୋଜିତ କରାଯିବ ବୋଲି ସୂଚନା ମିଳିଛି। ମଦୁର ଜିଲାପାଳ କହିଛନ୍ତି ପାଲମେଡୁ ଓ ଅଲଙ୍ଗନଲ୍ଲୁରରେ ଆୟୋଜିତ ଜଲିକାଟୁରେ ୨୧ ବର୍ଷରୁ କମ୍‌ ବୟସର ଯୁବକ ଭାଗ ନେଇ ପାରିବେ ନାହିଁ। ପୋଙ୍ଗଲ ପାଖେଇ ଆସୁଥିବାରୁ ଏବେଠାରୁ ଜଲିକାଟୁ ପାଇଁ ଲୋକେ ପ୍ରସ୍ତୁତ ହେଉଥିବା ଜଣାପଡିଛି। ଏହି ଖେଳକୁ ବନ୍ଦ କରିବାକୁ ଅନେକ ସମୟରେ ସ୍ବର ଉଠିଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ ବନ୍ଦ ହୋଇ ପାରୁନାହିଁ।

Share