Categories: ବାଣିଜ୍ୟ

୧୫ରୁ ଲାଗୁ ହେବ କିଷାନ ପେନସନ ସ୍କିମ୍‌ ଯୋଜନା

ନୂଆଦିଲ୍ଲୀ,୪-୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସରୁ କିଷାନ ପେନସନ ସ୍କିମ୍‌କୁ ଲାଗୁ ହେବା ନେଇ ଘୋଷଣା କରିିବାକୁ ଯାଉଛନ୍ତି। କୃଷି ସଚିବ ରାଜ୍ୟଗୁଡ଼ିକୁ ପତ୍ର ଲେଖି ଏହି ସ୍କିମ୍‌ ଲାଗୁ କରିବାର ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପେନସନ ଯୋଜନାର ଲାଭ ପ୍ରାୟ ୧୨-୧୩ କୋଟି ଚାଷୀଙ୍କୁ ମିଳିବାକୁ ଯାଉଛି। ସରକାର ପ୍ରଥମ ପର୍ଯ୍ୟାୟରେ ୫ କୋଟି ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି। ୧୮ରୁ ୪୦ ବର୍ଷ ପର୍ଯ୍ୟନ୍ତ ବୟସର ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ୬୦ ୬୦ ବର୍ଷ ପରେ ସେମାନଙ୍କୁ ମାସକୁ ୩ ହଜାର ଟଙ୍କା ପେନସନ ପ୍ରଦାନ କରାଯିବ। ତେବେ ଲାଭ ପାଉଥିବା ଚାଷୀଙ୍କ ଏହି ସମୟ ମଧ୍ୟରେ ମୃତ୍ୟୁ ହେଲେ ତାଙ୍କ ସ୍ତ୍ରୀଙ୍କୁ ୫୦ ପ୍ରତିଶତ ଅର୍ଥ ପ୍ରଦାନ କରାଯିବ। ଏହି ଯୋଜନାରେ ସରକାରଙ୍କୁ ବାର୍ଷିକ ପ୍ରାୟ ୧୦,୭୭୪.୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ।

Share