୧୫ରୁ ଜାତୀୟ ଫୁଟବଲ ଟୁର୍ନାମେଣ୍ଟ

ଢେଙ୍କାନାଳ ଅଫିସ,୨୬ା୮- ଆସନ୍ତା ସେପ୍ଟେମ୍ବର ୧୫ ତାରିଖଠାରୁ ଢେଙ୍କାନାଳ ଷ୍ଟାଡିୟମଠାରେ ଜାତୀୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ କରାଯିବ। ଏ ସଂକ୍ରାନ୍ତରେ ସୋମବାର ମଧ୍ୟାହ୍ନ ୧୨ଟାରେ ଢେଙ୍କାନାଳ ଜିଲା କ୍ରୀଡ଼ା ସଂସଦ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏମ୍‌ପି ମହେଶ ସାହୁ ଏଥିରେ ଯୋଗଦେଇ ପ୍ରତିଯୋଗିତାକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏ ସମ୍ପର୍କରେ ସଂସଦର ସଭାପତି ତଥା ଜିଲାପାଳଙ୍କୁ ଅବଗତ କରାଇ ଏକ ଗର୍ଭନିଂ ବଡ଼ି ବୈଠକ ଡାକିବା ପାଇଁ ସମ୍ପାଦକଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏହା ପରେ କ୍ରୀଡ଼ା ପ୍ରେମୀମାନଙ୍କୁ ନେଇ ଏକ ବୈଠକ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ପୂର୍ବରୁ ବିଧାୟକ ସୁଧିର କୁମାର ସାମଲଙ୍କ ସହିତ ଏକ ଆଲୋଚନା ବୈଠକ ହୋଇଥିଲା ା ଜିଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ବୈଠକ ପରିଚାଳନା କରିବା ସହିତ ସମସ୍ତଙ୍କର ମତାମତ ନେଇଥିଲେ।