୧୫ରୁ କମିବ ଶୀତ: ୧୦ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ୱର,୧୪-୧(ବ୍ୟୁରୋ)-ଆସନ୍ତା ୧୫ ତାରିଖରୁ ଶୀତ ହ୍ରାସ ପାଇବ। ସର୍ବନିମ୍ନ ୩ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ। ତେବେ ଆସନ୍ତା ୨୪ ଘଣ୍ଟା ଯାଏ ଅନୁଗୋଳ, ସୋନପୁର, ଦେବଗଡ, ବୌଦ୍ଧ ଓ ବଲାଙ୍ଗୀର ଜିଲାର କେତେକ ସ୍ଥାନରେ ପ୍ରବଳ ଶୀତ ଲହରୀ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୧୮ ତାରିଖରୁ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୧୧ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି। ସୋନପୁର ଓ ଫୁଲବାଣୀ ସହରରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।