୧୪ ହାତୀ, ୬ କଲରାପତରିଆ ଗାଏବ

ଜଙ୍ଗଲ ଅବକ୍ଷୟ ସାଙ୍ଗକୁ ଶିକାରୀଙ୍କ ଦୌରାତ୍ମ୍ୟ ରାୟଗଡ଼ା ଜିଲାକୁ ଏକପ୍ରକାର ବନ୍ୟପ୍ରାଣୀଶୂନ୍ୟ କରିଦେଇଛି। ଏହି ଜଙ୍ଗଲରେ ପୂର୍ବରୁ ଥିବା ୧୪ ହାତୀ ଓ ୬ କଲରାପତରିଆ ବାଘଙ୍କୁ ଆଉ ଦେଖିବାକୁ ମିଳୁନାହିଁ। ହାତୀ ଓ ବାଘଙ୍କ ସମ୍ପର୍କରେ ବନ ବିଭାଗ ନିକଟରେ କୌଣସି ତଥ୍ୟ ନାହିଁ, ଯାହାକି ବନ୍ୟପ୍ରାଣୀ ପ୍ରେମୀଙ୍କୁ ବ୍ୟଥିତ କରିଛି।

ରାୟଗଡ଼ା,୨।୧୧(ଆଶିଷ ରଞ୍ଜନ ପଣ୍ଡା) ରାୟଗଡ଼ା ଜିଲାରେ ଥିବା ଜଙ୍ଗଲରୁ ୧୪ ହାତୀ ଏବଂ ୬ କଲରାପତରିଆ ବାଘ ନିଖୋଜ ଥିବା ଜଣାପଡ଼ିଛି। ଜଙ୍ଗଲରେ ଥିବା ହାତୀ ଓ ବାଘ କେଉଁଆଡ଼େ ଚାଲିଯାଇଛନ୍ତି ନା, ଶିକାର ହୋଇଛନ୍ତି ସେ ନେଇ ଜିଲା ବନ ବିଭାଗ ନିକଟରେ ତଥ୍ୟ ନାହିଁ। ୨୦୧୭ରେ ବନ ବିଭାଗ ପକ୍ଷରୁ ହାତୀ ଓ ବ୍ୟାଘ୍ର ଗଣନା ଅନୁସାରେ, ଜିଲାର ୩ଟି ରେଞ୍ଜ ଗୁଡ଼ାରି, ମୁନିଗୁଡ଼ା ଓ କଲ୍ୟାଣସିଂପୁର ବନାଞ୍ଚଳ ଅଧୀନରେ ଥିବା ଜଙ୍ଗଲରେ ମୋଟ ୧୬ ହାତୀ ଓ ୬ଟି କଲରାପତରିଆ ବାଘ ଥିଲେ। ଚଳିତ ବର୍ଷ ଅକ୍ଟୋବରରେ ବନ ବିଭାଗର ଗଣନା ଅନୁସାରେ ଜଙ୍ଗଲରେ ୨ଟି ହାତୀ ଥିବା ତଥ୍ୟ ରହିଥିବା ବେଳେ ୧୪ ହାତୀ ନିଖୋଜ ଅଛନ୍ତି। ସେହିପରି ରାୟଗଡ଼ା ଜିଲା ଜଙ୍ଗଲରେ ଗୋଟିଏ ହେଲେ କଲରାପତରିଆ ବାଘଙ୍କ ପତ୍ତା ମିଳୁନାହିଁ। ମାତ୍ର ୬ ବର୍ଷ ଭିତରେ ୧୪ ହାତୀ ଏବଂ ୬ଟି ବାଘ କେଉଁଆଡ଼େ ଉଭାନ ହୋଇଗଲେ ସେ ନେଇ ବନ ବିଭାଗ ନିକଟରେ କୌଣସି ତଥ୍ୟ ନ ଥିବା ରାୟଗଡ଼ା ବନଖଣ୍ଡ କାର୍ଯ୍ୟାଳୟ ୧୪ ହାତୀ, ୬ କଲରାପତରିଆ ସୂଚନାରୁ ଜଣାପଡ଼ିଛି। ୨୦୧୭ ହାତୀ ଗଣନା ଅନୁସାରେ ଗୁଡ଼ାରି ଜଙ୍ଗଲରେ ୮, ମୁନିଗୁଡ଼ା ବନାଞ୍ଚଳରେ ୬ ଏବଂ କଲ୍ୟାଣସିଂହପୁର ବନାଞ୍ଚଳରେ ୨ଟି ହାତୀ ଥିଲେ। ସେହିଭଳି ୨୦୧୬ ବ୍ୟାଘ୍ର ଗଣନା ଅନୁସାରେ ରାୟଗଡ଼ା ରେଞ୍ଜ ଅଧୀନ ଗୁମ୍ମା ସେକ୍ସନର ନାଥମା ଅଞ୍ଚଳରେ ୨, ମୁନିଗୁଡ଼ା ରେଞ୍ଜ ଅଧୀନ ପୋଖରୀରେ ୧, ଅମ୍ବାଦଳାରେ ୧ ଏବଂ ଚନ୍ଦ୍ରପୁର ଜଙ୍ଗଲରେ ୨ ବାଘ ରହିଥିବା ରାୟଗଡ଼ା ବନଖଣ୍ଡ କାର୍ଯ୍ୟାଳୟରୁ ଜଣାପଡ଼ିଛି। ୨୦୨୩ ଅକ୍ଟୋବରରେ ଶେଷ ହୋଇଥିବା ବାଘ ଗଣନା ଅନୁସାରେ ଜିଲାର କୌଣସି ଜଙ୍ଗଲରେ ଗୋଟିଏ ହେଲେ କଲରାପତରିଆ ବାଘ ନ ଥିବା ସୂଚନା ମିଳିଛି। ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ୱରେ ଅବହେଳା କାରଣରୁ ବାଘ ଓ ହାତୀବଂଶ ଲୋପ ପାଇବାକୁ ବସିଥିଲେ ମଧ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ବନ ବିଭାଗ ପକ୍ଷରୁ ସେଭଳି କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି । କେବଳ ହାତୀ ଓ ବାଘ ନୁହେଁ, ଜଙ୍ଗଲ ଅବକ୍ଷୟ ଓ ଶିକାରୀଙ୍କ ଦୌରାତ୍ମ୍ୟ କାରଣରୁ ଜିଲାରୁ ଅନ୍ୟ ବନ୍ୟଜନ୍ତୁଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ କମିବାରେ ଲାଗିଛି। ଗତ ଏପ୍ରିଲ ୧୦ ତାରିଖରେ ଗୋଟିଏ କୁଟୁରା ବାଟବଣା ହୋଇ ସହର ଭିତରକୁ ଆସିଥିବାବେଳେ ଏ ନେଇ ବିଭାଗୀୟ ଅଧିକାରୀଙ୍କ ନିକଟରେ କୌଣସ ସୂଚନା ନ ଥିଲା। ସ୍ଥାନୀୟ ଲୋକେ ଏହାକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ ା କୁକୁରଙ୍କ ଆକ୍ରମଣରେ କ୍ଷତାକ୍ତ ହୋଇଥିବାରୁ କୁଟୁରାର ମୃତ୍ୟୁ ଘଟିଥିଲା ା ଏକଦା ହାତୀ ଓ ବାଘର ସୁରକ୍ଷିତ ଜଙ୍ଗଲ ଭାବେ ପରିଚିତ ରାୟଗଡ଼ା ଜିଲାରେ ଏବେ ହାତୀ ଓ ବାଘ ବଂଶ ଲୋପ ପାଇବାକୁ ବସିଥିଲେ ମଧ୍ୟ ଏ ନେଇ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ପକ୍ଷରୁ ସେମାନଙ୍କ ସୁରକ୍ଷା ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଜିଲାରେ ବନ୍ୟଜନ୍ତୁଙ୍କ ଅବସ୍ଥିତି ଓ ସୁରକ୍ଷାକୁ ନେଇ ରାୟଗଡ଼ା ବନଖଣ୍ଡ ଭାରପ୍ରାପ୍ତ ଡିଏଫ୍‌ଓ ଏସ୍‌.ଆନନ୍ଦଙ୍କୁ ପଚାରିବାରୁ ବନ୍ୟଜନ୍ତୁଙ୍କ ନିୟମିତ ଟ୍ରାକିଂ କରିବା ସହ ଜନ ସଚେତନତା କରାଯାଉଛି। ଜନବସତି ଅଞ୍ଚଳଙ୍କୁ ହାତୀ ଓ ବାଘ ପଶି ଆସିଲେ ସେମାନଙ୍କୁ ଆକ୍ରମଣ ନ କରି ତୁରନ୍ତ ବନ ବିଭାଗକୁ ସୂଚନା ଦେବା ପାଇଁ ସଚେତନ କରାଯାଉଛି। ଏଥିସହ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ସୂଚନା ପାଇଁ ରେଲଓ୍ବେ ଓ ବିଦ୍ୟୁତ୍‌ ବିଭାଗ ସହ ସମ୍ପର୍କ ସ୍ଥାପନ କରାଯାଉଥିବା ଡିଏଫ୍‌ଓ ଆନନ୍ଦ କହିଛନ୍ତି। ତେବେ ଗଣନା ବେଳେ ହାତୀ ଓ କଲରାପତରିଆ ବାଘ ନିଖୋଜ ହେବା ଘଟଣାର ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri