୧୪ ହସ୍ପିଟାଲ, ସପିଂ ମଲକୁ ନୋଟିସ

ଭୁବନେଶ୍ୱର, ୨୧।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ୧୪ଟି ହସ୍ପିଟାଲ ଓ ସପିଂ ମଲକୁ ବିଡିଓ ପକ୍ଷରୁ ନୋଟିସ ଜାରି କରାଯାଇଛି। ବିଜ୍ଞପ୍ତି ପରେ ବି ବେଆଇନ ପାର୍କିଂ ଫି’ ଆଦାୟ ଅଭିଯୋଗରେ ଏହି ନୋଟିସ ଜାରି କରାଯାଇଛି। ନିର୍ଦ୍ଧାରିତ ପାର୍କିଂ ଏରିଆକୁ ଖାଲି ରଖିବାକୁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି। ପାର୍କିଂ ଏରିଆକୁ ଅନ୍ୟ କାମରେ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି।