Categories: ଫୁରସତ

୧୪ ହଜାର ଟଙ୍କା ଦେଇ ନିଜ ଦେଶରୁ ମାଟି କିଣିଲେ ଯବାନ, ଜାଣନ୍ତୁ କାହିଁକି

ସବୁ ମାତାପିତାଙ୍କ ଇଚ୍ଛା ଥାଏ ତାଙ୍କ ଶିଶୁଟି ନିଜ ମାଟିରେ ଜନ୍ମ ନେଉ, ଯେଉଁଠି ସେମାନେ ବଡ ହୋଇଛନ୍ତି। କିନ୍ତୁ କୌଣସି କାରଣବଶତଃ ଏହା ସମ୍ଭବ ହୋଇପାରି ନ ଥାଏ। ଆମେରିକାର ଜଣେ ଯବାନଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟିଛି। ଆମେରିକା ସେନାରେ ଜଣେ ପାରାଟ୍ରୁପର ଯବାନ ଥିବା ଟୋନି ଟ୍ରେକୋନି ନିଜ ଦେଶରୁ ୧୪ ହଜାର ଟଙ୍କା ଦେଇ ଗୋଟିଏ କଣ୍ଟେନର ମାଟି କିଣିଛନ୍ତି। ଏହାର କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ। ଟୋନି ଏବେ ଇଟାଲୀର ପଡୁଆ ପ୍ରାନ୍ତରେ ମୁତୟନ ଅଛନ୍ତି। ଏଠାରେ ସେ ନିଜ ପରିବାର ସହ ରହୁଛନ୍ତି। ତାଙ୍କ ସ୍ତ୍ରୀ ଗର୍ଭବତୀ ଥିବାରୁ ସେ ଆଶା କରିଥିଲେ ଦେଶକୁ ଫେରିଯିବେ। ନିଜ ଦେଶରେ ହିଁ ଶିଶୁଟି ଜନ୍ମ ନେବ ବୋଲି ସେ ସ୍ବପ୍ନ ଦେଖିଥିଲେ। କିନ୍ତୁ ଏହା ସମ୍ଭବ ହୋଇପାରି ନ ଥିଲା। ତାଙ୍କ କାର୍ଯ୍ୟକାଳ ବଢାଇ ଦିଆଯାଇଥିଲା। ଫଳରେ ବାଧ୍ୟ ହୋଇ ଏଠାରେ ତାଙ୍କୁ ରହିବାକୁ ପଡିଥିଲା। ଏହାପରେ ସେ ଏକ ଉପାୟ ପାଞ୍ଚି ଥିଲେ। ସ୍ତ୍ରୀଙ୍କ ପ୍ରସବର ମାସକ ପୂର୍ବରୁ ଟୋନି ନିଜ ସହର ଟେକସାସରୁ କୋରିୟର ଯୋଗେ ମାଟି ଇଟାଲୀକୁ ମଗାଇଥିଲେ। ଏଥିପାଇଁ ତାଙ୍କୁ ପ୍ରାୟ ୨୦୦ ଡ଼ଲାର(୧୪ ହଜାର ଟଙ୍କା) ଖର୍ଚ୍ଚ କରିବାକୁ ପଡିଥିଲା। ଆମେରିକା ମାଟିରେ ଶିଶୁଟି ଜନ୍ମ ହୋଇଛି ବୋଲି ଧାରଣା ହେବା ପାଇଁ ପ୍ରସବ ସମୟରେ ଟୋନି ସ୍ତ୍ରୀଙ୍କ ମେଡିକାଲ ବେଡ୍‌ ତଳେ ଏହି ମାଟିକୁ ରଖିଥିଲେ।

Share