Categories: ଜାତୀୟ

୧୪ ରାଜ୍ୟରୁ ୧୨୭ ସନ୍ଦିଗ୍ଧ ଆଇଏସ୍‌ ଗିରଫ: ଜାକିର ନାଇକଙ୍କ ଭାଷଣ ଶୁଣି ଆତଙ୍କବାଦୀ ସଂଗଠନ ଯୋଗାଯୋଗରେ ଥିଲେ

ନୂଆଦିଲ୍ଲୀ,୧୪।୧୦: ଇସଲାମିକ୍‌ ଧର୍ମ ଉପଦେଶକାରୀ ଜାକିର ନାଇକଙ୍କ ଭାଷଣ ଦ୍ୱାରା ପ୍ରେରିତ ହୋଇ ଆଇଏସ୍‌ ସହିତ ଯୋଗାଯୋଗରେ ଥିବା ୧୨୭ ସନ୍ଦିଗ୍ଧଙ୍କୁ ୧୪ ରାଜ୍ୟରୁ ଗିରଫ କରାଯାଇଛି। ଏନେଇ ଏନ୍‌ଆଇଏ ଆଇଜି ଅଶୋକ ମିତ୍ତଲ ସୂଚନା ଦେଇଛନ୍ତି। ସର୍ବାଧିକ ୩୩ ସନ୍ଦିଗ୍ଧଙ୍କୁ ତାମିଲନାଡୁରୁ ଗିରଫ କରାଯାଇଛି। ସେହିପରି ୧୯ ଜଣଙ୍କୁ ଉତ୍ତରପ୍ରଦେଶରୁ, ୧୭ ଜଣଙ୍କୁ କେରଳରୁ ଏବଂ ୧୪ ଜଣଙ୍କୁ ତେଲେଙ୍ଗାନାରୁ ଗିରଫ କରାଯାଇଛି। ତାମିଲନାଡୁ ଏବଂ କେରଳରୁ ଗିରଫ ହୋଇଥିବା ସନ୍ଦିଗ୍ଧ ପଚରା ଉଚରା ସମୟରେ କହିଥିଲେ ଯେ, ସେମାନେ ଶ୍ରୀଲଙ୍କାରେ ଇଷ୍ଟର ସଣ୍ଡେରେ ହୋଇଥିବା ସିରିଜ୍‌ ବିସ୍ଫୋରଣର ମାଷ୍ଟର ମାଇଣ୍ଡ୍‌ ଜାହରାନ୍‌ ହାଶିମ୍‌ଙ୍କ ଭାଷଣ ଭିଡ଼ିଓ ଦେଖିଥାନ୍ତି। ସେମାନେ ଆଇଏସ୍‌ ସଂଗଠନ ଯୋଗାଯୋଗରେ ଥିବା ମିତ୍ତଲ କହିଛନ୍ତି।

Share