୧୪ ବର୍ଷ ପରେ ଛୋଟପରଦାକୁ ଫେରୁଛି ଶକ୍ତିମାନ

ଛୋଟପରଦାରେ ଏକଦା ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲା ‘ଶକ୍ତିମାନ’ ସିରିୟଲ୍‌। ବିଶେଷକରି ଏହା ପିଲାମାନଙ୍କର ବହୁ ପସନ୍ଦ ଆସିଥିଲା। ଏତେ ପସନ୍ଦ ଆସିଥିଲା ଯେ, ସେମାନେ ହୋମଓ୍ବାର୍କ ଛାଡ଼ି ଟିଭି ପାଖରେ ବସି ଯାଉଥିଲେ। ଏଥିରୁ ବହୁ କଥା ଶିଖିବାକୁ ବି ମିଳୁଥିଲା। ଉକ୍ତ ସିରିୟଲ ଦର୍ଶକଙ୍କ ହୃଦୟରେ ଏମିତି ଛାପ ଛାଡ଼ିଯାଇଛି, ଯାହାକୁ ଦେଖିବା ପାଇଁ ଦର୍ଶକ ପୁନର୍ବାର ଚାହିଁ ବସିଛନ୍ତି। ଶକ୍ତିମାନ ଭୂମିକାରେ ମୁକେଶ ଖାନ୍ନା ଅଭିନୟ କରୁଥିଲେ। ତାଙ୍କର ଅଭିନୟ ଦର୍ଶକଙ୍କୁ ଆଜି ପର୍ଯ୍ୟନ୍ତ ବାନ୍ଧି ରଖିଛି। ଏହି ସିରିୟଲ ଦୀର୍ଘ ୮ ବର୍ଷ ଧରି ଦର୍ଶକଙ୍କ ମନୋରଞ୍ଜନ କରିବା ପରେ ୨୦୦୫ରୁ ବନ୍ଦ ହୋଇଯାଇଥିଲା। ମୁଖ୍ୟ କଥା ହେଲା ଦୀର୍ଘ ୧୪ ବର୍ଷ ପରେ ଶକ୍ତିମାନ ସିରିୟଲ ଛୋଟପରଦାକୁ ପୁଣି ଆସୁଛି। ଏଥରକ ଏହାର ଆନିମେଶନ ସିରିଜ୍‌ ଦେଖିବାକୁ ମିଳିବ। ଏହାର ପୋଷ୍ଟର କିଛିଦିନ ତଳେ ଲଞ୍ଚ ହୋଇଥିବା ବେଳେ ସିରିଜ୍‌ ଟିଟି ପ୍ଲାଟ୍‌ଫର୍ମରେ ଏହା ରିଲିଜ୍‌ ହେବ।

Share