୧୪ ଫୁଟ ଉଚ୍ଚରେ କିକ୍‌ କଲେ ତାଏକୋଣ୍ଡୋ ଖେଳାଳି: ଭିଡ଼ିଓ ଭାଇରାଲ

ସିଓଲ,୧।୨: ଦକ୍ଷିଣ କୋରିଆର ଜଣେ ତାଏକୋଣ୍ଡୋ ଖେଳାଳି ୧୪ ଫୁଟ ଉଚ୍ଚରେ ଡେଇଁ କିକ୍‌ କରିଛନ୍ତି। ଏହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୨୧ ବର୍ଷ ବୟସ୍କ ଯୁବକ ଓ୍ବନଜିନ୍‌ କିମ୍‌ ବିଶ୍ୱ ତାଏକୋଣ୍ଡୋ ଫେଷ୍ଟିଭାଲ୍‌ରେ ଏଭଳି କରିଛନ୍ତି। ଏହାର ୨୮ ସେକେଣ୍ଡର ଏକ ଭିଡ଼ିଓକୁ ସୋସିଆଲ୍‌ ମିଡ଼ିଆରେ ଶେୟାର କରାଯାଇଥିଲା। ଇତିମଧ୍ୟରେ ଏହି ଭିଡ଼ିଓକୁ ଏକ କୋଟିରୁ ଅଧିକ ଲୋକ ଦେଖିସାରିଲେଣି। କିମ୍‌ ପିଲା ଦିନୁ ଏଭଳି ଅଭ୍ୟାସ କରୁଥିବା ସୂଚନା ଦେଇଛନ୍ତି।

Share