୧୪୪୬୪ ଫେରନ୍ତାଙ୍କ ପାଇଁ ୧୧୫ ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ

ବୁଗୁଡ଼ା, ୩୦।୪(ଡି.ଏନ୍‌.ଏ): ବର୍ତ୍ତମାନ ସାରା ଦେଶ ଓ ରାଜ୍ୟରେ କରୋନା ମହାମାରୀରୁ ଉଦ୍ଧାର ନିମନ୍ତେ ମାସେରୁ ଊର୍ଦ୍ଧ୍ୱ ହେବ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଘୋଷଣା କରାଯାଇଛି। ଓଡିଶା ରାଜ୍ୟର ଶ୍ରମିକମାନେ ବାହାର ରାଜ୍ୟରେ ବିଭିନ୍ନ କମ୍ପାନୀରେ କାମକରି ବର୍ଷ ବର୍ଷ ଧରି ନିଜ ପରିବାରର ପ୍ରତିପୋଷଣ କରିଆସୁଛନ୍ତି। ହେଲେ ବର୍ତ୍ତମାନ ଲକ୍‌ଡାଉନ ଏବଂ ସଟ୍‌ଡାଉନ ଜାରି ରହିଥିବାରୁ କମ୍ପାନିଗୁଡିକର କାର୍ଯ୍ୟ ସବୁ ବନ୍ଦ ହୋଇଯାଇଛି। ଏଥିଯୋଗୁ ଶ୍ରମିକମାନେ ସେଠାରେ କାମଧନ୍ଦା ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ଏବେ ନିଜ ଭିଟାମାଟିକୁ ଫେରିବାକୁ
ସେମାନେ ବ୍ୟଗ୍ର ହେଉଛନ୍ତି। ଅପରପକ୍ଷେ ବୁଗୁଡା ବ୍ଳକର ୨୧ ପଞ୍ଚାୟତ ଓ ଏନ୍‌ଏସିରୁ ଲକ୍‌ଡାଉନ ହଟିବା ପରେ ମୋଟ ୧୪୪୬୪ ଜଣ ରାଜ୍ୟ ବାହାରେ ଥିବା ଶ୍ରମିକମାନେ ଫେରିବେ ବୋଲି ଏକ ସର୍ଭେରୁ ଜଣାପଡିଛି। ଏଥିପାଇଁ ପ୍ରଶାସନ ଏବଂ ଜିଲାପାଳ କ୍ଷମତା ପ୍ରଦାନ କରାଯାଇଥିବା ସରପଞ୍ଚଙ୍କ ଉଦ୍ୟମରେ ବ୍ଳକର୨୧ ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟରେ ୧୧୪ ସଙ୍ଗରୋଧ କେନ୍ଦ୍ର ଓ ଏନ୍‌ଏସିର ୬ଟି କେନ୍ଦ୍ର ଏପରି ମୋଟ ୧୨୦ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ବ୍ଳକର ୨୧ ପଞ୍ଚାୟତର ୧୦୯ କେନ୍ଦ୍ରକୁ ୧୩୩୮୩ ଓ ଏନ୍‌ଏସିର ୬ଟି କେନ୍ଦ୍ରକୁ ୧୦୮୧ ଜଣ ଫେରିବେ। ତେବେ ରାଜ୍ୟ ବାହାର ଫେରନ୍ତାଙ୍କ ପାଇଁ କେନ୍ଦ୍ରମାନଙ୍କରେ ୧୪ ଦିନ ରହଣି ସହ ସେମାନଙ୍କ ସ୍ବାସ୍ଥ୍ୟ, ଖାଦ୍ୟ, ପାନୀୟ ପାଇଁ ଜଳ ଯୋଗାଣ ଓ ଶୌଚାଳୟର ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ବିଡିଓ ତନ୍ମୟ ପାତ୍ର କହିଛନ୍ତି। ସେହିପରି ରାଜ୍ୟ ଫେରନ୍ତାଙ୍କ ସକାଶେ ନାମ ପଞ୍ଜିକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଆଜି ସୁଦ୍ଧା ୫୦୦୦ନାମ ପଞ୍ଜିକରଣ ହୋଇଥିବା ନେଇ ବିଡିଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ନିଆରା ଜନ୍ମଦିନ ପାଳନ କଲେ ସମାଜସେବୀ ସୁନିଲ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଲବଣ ସତ୍ୟାଗ୍ରହର ଅନ୍ୟତମ ପୀଠ ହୁମ୍ମାଠାରେ ଜନ କଲ୍ୟାଣ ସ୍ବେଛାସେବୀ ସଂସ୍ଥା ଓ ବଜରଙ୍ଗୀ ଦଳର ମିଳିତ ଆନୁକୁଲ୍ୟରେ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri