Posted inଜାତୀୟ

୧୪୦୦ ଭାରତୀୟ ହ୍ବାଟ୍ସଆପ୍‌ ୟୁଜର୍ସଙ୍କ ଡାଟା ଚୋରି

ନୂଆଦିଲ୍ଲୀ,୧।୧୧:ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ପର୍ସନାଲ ଡାଟା (ବ୍ୟକ୍ତିଗତ ଗୋପନୀୟ ତଥ୍ୟ) ଚୋରି ହେବା ସହ ମୋବାଇଲ୍‌ ମଧ୍ୟ ହ୍ୟାକ୍‌ ହେଉଛି। ଇସ୍ରାଏଲର ସାଇବର ଇଣ୍ଟେଲିଜେନ୍ସ କମ୍ପାନୀ ‘ଏନ୍‌ଏସ୍‌ଓ’ ଏକ ସଫ୍ଟଓ୍ବେର ମାଧ୍ୟମରେ ଭାରତୀୟ ହ୍ବାଟ୍ସଆପ୍‌ ୟୁଜର୍ସଙ୍କ ଉପରେ ନଜର ରଖୁଥିବା ଅଭିଯୋଗ ଆଣିଛି ହ୍ବାଟ୍ସଆପ୍‌। ଏହି ସଫ୍ଟଓ୍ବେର ଯୋଗେ ଦେଶର କେତେଜଣ ଖବରଦାତା, ସାମାଜିକ କର୍ମୀ ଓ ଆଇନଜୀବୀଙ୍କ ଉପରେ କମ୍ପାନୀ ନଜର ରଖୁଥିଲା। ନଜର ରଖାଯାଉଥିବା ଲୋକଙ୍କ ନାମ ଏ ପର୍ଯ୍ୟନ୍ତ ପ୍ରକାଶ କରାଯାଇ ନ ଥିଲେ ବି ସେମାନଙ୍କୁ ହ୍ବାଟ୍ସଆପ୍‌ ପକ୍ଷରୁ ଫୋନ୍‌ କରି ଏ ସମ୍ପର୍କରେ ଜଣାଇ ଦିଆଯାଇଥିବା କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କୁହାଯାଉଛି କି, ମୋବାଇଲ୍‌ରୁ ଡାଟା ଚୋରି ପାଇଁ ଏନ୍‌ଏସ୍‌ଓ ପକ୍ଷରୁ ସଫ୍ଟଓ୍ବେର ପେଗାସସ୍‌ର ବ୍ୟବହାର କରାଯାଇଥିଲା। ଏହି ସଫ୍ଟଓ୍ବେର ଯେକୌଣସି ମୋବାଇଲରେ ଇନ୍‌ଷ୍ଟଲ କରିହେବ। ଏହି ସଫ୍ଟଓ୍ବେର ଯୋଗେ କେବଳ ହ୍ବାଟ୍ସଆପ୍‌ରେ ଏକ ମିସ୍‌ଡ୍‌କଲ୍‌ କରିବା ଦ୍ୱାରା ଉକ୍ତ ମୋବାଇଲଟି ସମ୍ପୂର୍ଣ୍ଣ ଅନ୍ୟଜଣଙ୍କ ନିୟନ୍ତ୍ରଣକୁ ଆସିଯାଇଥାଏ। ଏହି ଉପାୟରେ ଏ ପର୍ଯ୍ୟନ୍ତ ପ୍ରାୟ ୧୪ଶହ ଭାରତୀୟଙ୍କ ଡାଟା ଚୋରି ହୋଇଥିବା ହ୍ବାଟ୍ସଆପ୍‌ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ହ୍ବାଟ୍ସଆପ୍‌ ପକ୍ଷରୁ ଏନ୍‌ଏସ୍‌ଓ କମ୍ପାନୀ ବିରୋଧରେ ସନ୍‌ ଫ୍ରାନ୍‌ସିକୋର ଏକ ଫେଡେରାଲ୍‌ କୋର୍ଟରେ ମାମଲା ଦାଏର କରାଯାଇଛି। ଅନ୍ୟପଟେ ହ୍ବାଟ୍ସଆପ୍‌କୁ ଏ ନେଇ ଜବାବ ରଖିବାକୁ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆସନ୍ତା ୪ ତାରିଖ ସୁଦ୍ଧା ଚିଠି ଲେଖି ଜବାବ ଦାଖଲ ପାଇଁ ହ୍ବାଟ୍ସଆପ୍‌କୁ ନିର୍ଦ୍ଦେଶ ଦିଆଯାଇଛି।
ଭାରତୀୟ ୟୁଜର୍ସଙ୍କ ହ୍ବାଟ୍ସ୍‌ଆପ୍‌ରୁ ବ୍ୟକ୍ତିଗତ ଗୋପନୀୟ ତଥ୍ୟ ଚୋରି ହେବା ଘଟଣା ଗୁରୁବାର ରାଜନୈତିକ ରୂପ ଧାରଣ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏନେଇ ମୁହଁ ଖୋଲି ରାଫାଲ ସହ ଏହାକୁ ତୁଳନା କରିବାକୁ ପଛାଇ ନାହାନ୍ତି। ଭାରତୀୟ ୟୁଜର୍ସଙ୍କ ମୋବାଇଲରୁ ଡାଟା ଚୋରି ପାଇଁ ସଫ୍ଟଓ୍ବେର ପେଗାସସ୍‌କୁ କିଏ ଓ କିପରି ବ୍ୟବହାର କରିଥିଲା ସେନେଇ ସରକାର ହ୍ବାଟ୍ସଆପ୍‌କୁ ରିପୋର୍ଟ ମାଗିଥିବାବେଳେ ବେଳେ ରାହୁଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରାଫାଲ ବିମାନ କ୍ରୟ ବେଳେ ଡସଲ୍ଟ କିପରି ଅର୍ଥ ଯୋଗାଡ଼ କରିଥିଲା ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଏଭଳି ବିବାଦ ଲାଗି କେନ୍ଦ୍ର ସରକାର ଦାୟୀ ବୋଲି କଂଗ୍ରେସ କହିଛି। ଏହାର ତଦନ୍ତ ସୁପ୍ରିମକୋର୍ଟ କଲେ ସତ୍ୟ ପଦାକୁ ଆସିବ ବୋଲି ଦଳ କହିଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା କହିଛନ୍ତି, ସୁପ୍ରିମକୋର୍ଟ, ହାଇକୋର୍ଟ ଓ ବିରୋଧୀ ଦଳ ନେତାଙ୍କ ବିରୋଧରେ ବି ଏଭଳି ଗୁପ୍ତଚର କାର୍ଯ୍ୟ କରାଯାଉ ନ ଥିବ ବୋଲି କହିବା ଠିକ୍‌ ନୁହେଁ। ତେବେ ସରକାରଙ୍କ ପକ୍ଷରୁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ସମସ୍ତ ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଲାଗି ସରକାର ବଦ୍ଧପରିକର ଥିବା ପ୍ରକାଶ କରିଛନ୍ତି। ହ୍ବାଟ୍ସଆପ୍‌ଠାରୁ ରିପୋର୍ଟ ମିଳିବା ପରେ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri