Posted inଜାତୀୟ

୧୪୦୦ ଭାରତୀୟ ହ୍ବାଟ୍ସଆପ୍‌ ୟୁଜର୍ସଙ୍କ ଡାଟା ଚୋରି

ନୂଆଦିଲ୍ଲୀ,୧।୧୧:ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ପର୍ସନାଲ ଡାଟା (ବ୍ୟକ୍ତିଗତ ଗୋପନୀୟ ତଥ୍ୟ) ଚୋରି ହେବା ସହ ମୋବାଇଲ୍‌ ମଧ୍ୟ ହ୍ୟାକ୍‌ ହେଉଛି। ଇସ୍ରାଏଲର ସାଇବର ଇଣ୍ଟେଲିଜେନ୍ସ କମ୍ପାନୀ ‘ଏନ୍‌ଏସ୍‌ଓ’ ଏକ ସଫ୍ଟଓ୍ବେର ମାଧ୍ୟମରେ ଭାରତୀୟ ହ୍ବାଟ୍ସଆପ୍‌ ୟୁଜର୍ସଙ୍କ ଉପରେ ନଜର ରଖୁଥିବା ଅଭିଯୋଗ ଆଣିଛି ହ୍ବାଟ୍ସଆପ୍‌। ଏହି ସଫ୍ଟଓ୍ବେର ଯୋଗେ ଦେଶର କେତେଜଣ ଖବରଦାତା, ସାମାଜିକ କର୍ମୀ ଓ ଆଇନଜୀବୀଙ୍କ ଉପରେ କମ୍ପାନୀ ନଜର ରଖୁଥିଲା। ନଜର ରଖାଯାଉଥିବା ଲୋକଙ୍କ ନାମ ଏ ପର୍ଯ୍ୟନ୍ତ ପ୍ରକାଶ କରାଯାଇ ନ ଥିଲେ ବି ସେମାନଙ୍କୁ ହ୍ବାଟ୍ସଆପ୍‌ ପକ୍ଷରୁ ଫୋନ୍‌ କରି ଏ ସମ୍ପର୍କରେ ଜଣାଇ ଦିଆଯାଇଥିବା କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କୁହାଯାଉଛି କି, ମୋବାଇଲ୍‌ରୁ ଡାଟା ଚୋରି ପାଇଁ ଏନ୍‌ଏସ୍‌ଓ ପକ୍ଷରୁ ସଫ୍ଟଓ୍ବେର ପେଗାସସ୍‌ର ବ୍ୟବହାର କରାଯାଇଥିଲା। ଏହି ସଫ୍ଟଓ୍ବେର ଯେକୌଣସି ମୋବାଇଲରେ ଇନ୍‌ଷ୍ଟଲ କରିହେବ। ଏହି ସଫ୍ଟଓ୍ବେର ଯୋଗେ କେବଳ ହ୍ବାଟ୍ସଆପ୍‌ରେ ଏକ ମିସ୍‌ଡ୍‌କଲ୍‌ କରିବା ଦ୍ୱାରା ଉକ୍ତ ମୋବାଇଲଟି ସମ୍ପୂର୍ଣ୍ଣ ଅନ୍ୟଜଣଙ୍କ ନିୟନ୍ତ୍ରଣକୁ ଆସିଯାଇଥାଏ। ଏହି ଉପାୟରେ ଏ ପର୍ଯ୍ୟନ୍ତ ପ୍ରାୟ ୧୪ଶହ ଭାରତୀୟଙ୍କ ଡାଟା ଚୋରି ହୋଇଥିବା ହ୍ବାଟ୍ସଆପ୍‌ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ହ୍ବାଟ୍ସଆପ୍‌ ପକ୍ଷରୁ ଏନ୍‌ଏସ୍‌ଓ କମ୍ପାନୀ ବିରୋଧରେ ସନ୍‌ ଫ୍ରାନ୍‌ସିକୋର ଏକ ଫେଡେରାଲ୍‌ କୋର୍ଟରେ ମାମଲା ଦାଏର କରାଯାଇଛି। ଅନ୍ୟପଟେ ହ୍ବାଟ୍ସଆପ୍‌କୁ ଏ ନେଇ ଜବାବ ରଖିବାକୁ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆସନ୍ତା ୪ ତାରିଖ ସୁଦ୍ଧା ଚିଠି ଲେଖି ଜବାବ ଦାଖଲ ପାଇଁ ହ୍ବାଟ୍ସଆପ୍‌କୁ ନିର୍ଦ୍ଦେଶ ଦିଆଯାଇଛି।
ଭାରତୀୟ ୟୁଜର୍ସଙ୍କ ହ୍ବାଟ୍ସ୍‌ଆପ୍‌ରୁ ବ୍ୟକ୍ତିଗତ ଗୋପନୀୟ ତଥ୍ୟ ଚୋରି ହେବା ଘଟଣା ଗୁରୁବାର ରାଜନୈତିକ ରୂପ ଧାରଣ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏନେଇ ମୁହଁ ଖୋଲି ରାଫାଲ ସହ ଏହାକୁ ତୁଳନା କରିବାକୁ ପଛାଇ ନାହାନ୍ତି। ଭାରତୀୟ ୟୁଜର୍ସଙ୍କ ମୋବାଇଲରୁ ଡାଟା ଚୋରି ପାଇଁ ସଫ୍ଟଓ୍ବେର ପେଗାସସ୍‌କୁ କିଏ ଓ କିପରି ବ୍ୟବହାର କରିଥିଲା ସେନେଇ ସରକାର ହ୍ବାଟ୍ସଆପ୍‌କୁ ରିପୋର୍ଟ ମାଗିଥିବାବେଳେ ବେଳେ ରାହୁଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରାଫାଲ ବିମାନ କ୍ରୟ ବେଳେ ଡସଲ୍ଟ କିପରି ଅର୍ଥ ଯୋଗାଡ଼ କରିଥିଲା ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଏଭଳି ବିବାଦ ଲାଗି କେନ୍ଦ୍ର ସରକାର ଦାୟୀ ବୋଲି କଂଗ୍ରେସ କହିଛି। ଏହାର ତଦନ୍ତ ସୁପ୍ରିମକୋର୍ଟ କଲେ ସତ୍ୟ ପଦାକୁ ଆସିବ ବୋଲି ଦଳ କହିଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା କହିଛନ୍ତି, ସୁପ୍ରିମକୋର୍ଟ, ହାଇକୋର୍ଟ ଓ ବିରୋଧୀ ଦଳ ନେତାଙ୍କ ବିରୋଧରେ ବି ଏଭଳି ଗୁପ୍ତଚର କାର୍ଯ୍ୟ କରାଯାଉ ନ ଥିବ ବୋଲି କହିବା ଠିକ୍‌ ନୁହେଁ। ତେବେ ସରକାରଙ୍କ ପକ୍ଷରୁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ସମସ୍ତ ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଲାଗି ସରକାର ବଦ୍ଧପରିକର ଥିବା ପ୍ରକାଶ କରିଛନ୍ତି। ହ୍ବାଟ୍ସଆପ୍‌ଠାରୁ ରିପୋର୍ଟ ମିଳିବା ପରେ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri