୧୩ ବର୍ଷରେ ଏତେ ବଦଳିଗଲେଣି କଙ୍ଗନା

ମୁମ୍ବାଇ: ବଲିଉଡ୍‌ର କୁଇନ କହିଲେ କଙ୍ଗନା ରାଣାଓ୍ବତଙ୍କ ବୁଝାଏ। ଏପରି କହିବା ପଛର ବଡ଼ କାରଣ ହେଲା ଅଭିନୀତ ଚଳଚ୍ଚିତ୍ରଗୁଡ଼ିକରେ କଙ୍ଗନାଙ୍କ ଚରିତ୍ର। ସେ ଚରିତ୍ରଗୁଡ଼ିକୁ ଜିଉଁଥିବା ପରି ମନେହୁଏ। ଇତି ମଧ୍ୟରେ ସେ ବଲିଉଡ୍‌ ସିନେମାଜଗତରେ ୧୩ ବର୍ଷ ବିତାଇସାରିଲେଣି। ବିଗତ ବର୍ଷ ଗୁଡ଼ିକରେ ସେ ଗୋଟିଏ ପରେ ଗୋଟିଏ ହିଟ୍‌ ଚଳଚ୍ଚିତ୍ର ଭେଟି ଦେଇଛନ୍ତି। ‘ଗ୍ୟାଙ୍ଗଷ୍ଟର’ ଏବଂ ‘କୁଇନ୍‌’ରେ ଉତ୍କୃଷ୍ଟ ଅଭିନୟ ତାଙ୍କୁ ଅନେକ ସଫଳତା ଆଣି ଦେଇଛି। ଅନେକାଂଶରେ ବଦଳିଯାଇଛନ୍ତି ମଧ୍ୟ କଙ୍ଗନା। ଏକଦା ନିଜର କୁଞ୍ଚୁକୁଞ୍ଚିଆ କେଶ ପାଇଁ କଟୁ ମନ୍ତବ୍ୟ ଶୁଣୁଥିବା କଙ୍ଗନାଙ୍କ ରୂପରେ ବହୁତ ପରିବର୍ତ୍ତନ ଆସିଛି। ପୂର୍ବରୁ ସେ ବହୁତ ପତଳା ଥିବା ବେଳେ ଏବେ ସାମାନ୍ୟ ମୋଟା ହୋଇଥିବା ନିଜେ ପ୍ରକାଶ କରନ୍ତି। ଏପରିକି ଚଳଚ୍ଚିତ୍ରରେ ଚରିତ୍ରର ଚାହିଦାନୁଯାୟୀ ସେ ନିଜର କେଶସଜ୍ଜା ବଦଳାଇଥାନ୍ତି। ଯେପରିକି ‘ଓ୍ବାନ୍‌ସ ଅପନ୍‌ ଏ ଟାଇମ ଇନ ମୁମ୍ବାଇ’ରେ ସେ ସିଧା ଚୁଟି ରଖିଥିଲେ। ଏବେ ନିଜର ଫ୍ୟାଶନ୍‌ ସେନ୍ସ ସହ ଫିଟ୍‌ନେସ ଉପରେ ଧ୍ୟାନ ଦେଉଛନ୍ତି ସେ। ପ୍ରତିଦିନ ସେ କିଛି ସମୟ ଯୋଗ କରିବା ସହ ସମୟ ମିଳିଲେ ମେଡିଟେଶନ, ଜିମ୍‌ ଯିବାକୁ ଭୁଲନ୍ତି ନାହିଁ। ଆଗାମୀ ଦିନରେ ତାଙ୍କ ଅଭିନୀତ ‘ଜଜମେଣ୍ଟାଲ ହେ କ୍ୟା’ ରିଲିଜ ହେବାକୁ ଯାଉଛି। ଜୁଲାଇ ୨୬ରେ ଏହା ପରଦାକୁ ଆସିବ। ଏବେ କଙ୍ଗନା ଏହାର ପ୍ରମୋଶନରେ ବ୍ୟସ୍ତ। ଏଥିସହ ସେ ‘ଧାକଡ଼୍‌’ ଫିଲ୍ମର ଶୁଟିଂ ମଧ୍ୟ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri