ବାତ୍ୟା ବିପନ୍ନଙ୍କୁ ଭେଟିଲେ ସୁଇଜରଲ୍ୟାଣ୍ଡ ପାର୍ଲାମେଣ୍ଟ ସଦସ୍ୟ

ପୁରୀ ଅଫିସ, ୨୩ା୭: ସୁଇଜରଲ୍ୟାଣ୍ଡ ପାର୍ଲାମେଣ୍ଟ ସଦସ୍ୟ ଓ ଦୂତାବାସ ଅଧିକାରୀ ଏବଂ ସିଡ୍‌ସ (ସଷ୍ଟେନେବଲ୍‌ ଏନ୍‌ଭାଇରନ୍‌ମେଣ୍ଟ ଆଣ୍ଡ ଇକୋଲୋଜିକାଲ ଡେଭଲପ୍‌ମେଣ୍ଟ ସୋସାଇଟି)ର ସଦସ୍ୟ ମଙ୍ଗଳବାର ପୁରୀର ବାତ୍ୟା କ୍ଷତିଗ୍ରସ୍ତ ପେଣ୍ଠକଟା ବସ୍ତି ଏବଂ ସଦର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସହାୟତା ପ୍ରଦାନ ପାଇଁ ସୁଇଜରଲ୍ୟାଣ୍ଡ ସହଯୋଗରେ ହୋଇଥିବା ରିଲିଫ୍‌ କାର୍ଯ୍ୟକୁ ଅଧିକାରୀମାନେ ତଦାରଖ କରିବା ସହ କ୍ଷତିଗ୍ରସ୍ତଙ୍କ ସହିତ ଆଲୋଚନା କରିଛନ୍ତି। ରିଲିଫ୍‌ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସିଡ୍‌ସ ପକ୍ଷରୁ ଗୋଷ୍ଠୀ ହ୍ୟାଣ୍ଡପମ୍ପ ମରାମତି, ଜଳ ଉତ୍ସ ଓ ବିଭିନ୍ନ ଅଞ୍ଚଳରେ କ୍ଲୋରିନକରଣ କରାଯାଇଛି। ଏଥିସହିତ ପୁରୀ ପୌରସଂସ୍ଥା ଓ ସଦର ବ୍ଲକର ବହୁ ପରିବାରକୁ ଶୌଚାଳୟରେ ବ୍ୟବହୃତ ହେଉଥିବା ସାମଗ୍ରୀ, ସାନିଟାରୀ ପ୍ୟାଡ୍‌, ମଶା ପ୍ରତିରୋଧକ ପ୍ରଭୃତି ସାମଗ୍ରୀ ବଣ୍ଟାଯାଇଛି। ସ୍ବିସ୍‌ ଏଜେନ୍ସି ଫର୍‌ ଡେଭଲପ୍‌ମେଣ୍ଟ ଆଣ୍ଡ କୋଅପରେଶନ (ଏସ୍‌ଡିସି) ସମର୍ଥିତ ସିଡ୍‌ସ ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରାୟ ୧୪ ହଜାର ଲୋକଙ୍କ ପାଖରେ ପହଞ୍ଚପାରିଛି।

ସୁଇଜରଲ୍ୟାଣ୍ଡ ପାର୍ଲାମେଣ୍ଟ ସଦସ୍ୟ ଡ. ନିକ୍‌ଲସ୍‌ ଏସ୍‌. ଗୁଗୁର କହିଛନ୍ତି, ବିପର୍ଯ୍ୟୟରେ ଯେଉଁମାନେ ସବୁକିଛି ହରାଇଥାନ୍ତି ଏବଂ ନିଜ ଗୋଡ଼ରେ ଠିଆ ହେବାର ସମ୍ବଳ ନାହିଁ ସେମାନଙ୍କୁ ଆବଶ୍ୟକ ରିଲିଫ୍‌ ଯୋଗାଇଦେବାକୁ ଏହି ଅଭିଯାନ ହେଉଛି ଶ୍ରେଷ୍ଠ ଉପାୟ। ସେହିପରି ଭାରତ ଓ ଭୂଟାନରେ ଅବସ୍ଥାପିତ ସୁଇଜରଲ୍ୟାଣ୍ଡର ରାଷ୍ଟ୍ରଦୂତ ଡ. ଆଣ୍ଡ୍ରିଆସ୍‌ ବଉମ୍‌ କହିଛନ୍ତି, ସଙ୍କଟ ଓ ସଂଘର୍ଷ ସମୟ ପରେ ମାନବିକ କଲ୍ୟାଣ କାର୍ଯ୍ୟ ଜରିଆରେ ସୁଇଜରଲ୍ୟାଣ୍ଡ ପକ୍ଷରୁ ବିଶ୍ୱର ବିିଭିନ୍ନ ସରକାରଙ୍କୁ ସହାୟତା ଦିଆଯାଉଛି। ସିଡ୍‌ସ ସହଯୋଗରେ ବାତ୍ୟା ଫନୀ ଦ୍ୱାରା ପ୍ରଭାବିତଙ୍କୁ ସହାୟତା ପ୍ରଦାନ କରାଯାଉଛି। ଏହି ଅବସରରେ ସିଡ୍‌ସର ଡ. ଅଂଶୁ ଶର୍ମା କହିଥିଲେ, ବାତ୍ୟା ଯୋଗୁ ବହୁ ଲୋକ ବାସହରା ହୋଇପଡ଼ିିଥିଲେ। ଏଭଳି ପରିସ୍ଥିତିରେ ଏସ୍‌ଡିସିର ସହଯୋଗ ବେଶ୍‌ ପ୍ରଶଂସନୀୟ ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri