୧୩ ଆକ୍ରାନ୍ତଙ୍କ ତଥ୍ୟ ଦେଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବୁଧବାର ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩କୁ ପହଞ୍ଚିଛି। ଇତିମଧ୍ୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବୁଧବାର ୧୩ କରୋନା ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରିର ତଥ୍ୟ ପ୍ରଦାନ କରିଛି। ଭଦ୍ରକ, ଯାଜପୁର ଓ ବାଲେଶ୍ୱରର ୭୦, ୭୧, ୭୨, ୭୩, ୭୪, ୭୫, ୭୬, ୭୭, ୭୮, ୭୯, ୮୦, ୮୧ ଓ ୮୨ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ରାଜ୍ୟ ସରକାର ଦେଇଛନ୍ତି।

୭୦ ନମ୍ବର ଆକ୍ରାନ୍ତଙ୍କ ତଥ୍ୟ: ୭୦ ନମ୍ବର କରୋନା ଆକ୍ରାନ୍ତ ଜଣଙ୍କ ଯାଜପୁର କୋରେଇର ୫୦ ବର୍ଷୀୟ ବ୍ୟକ୍ତି। ୨୮ ମାର୍ଚ୍ଚରେ ଗାଡ଼ି ଭଡ଼ା କରି ଅନ୍ୟ ୨୮ ଜଣ ଯାତ୍ରୀଙ୍କ ସହ ସେ ବଡ଼ବଜାରରୁ ହାଓ୍ବଡାକୁ ଯାଇଥିଲେ। ୩୧ ମାର୍ଚ୍ଚରେ ବାହାରୁ ଆସିଥିବା ନେଇ ରେଜିଷ୍ଟ୍ରେସନ ପାଇଁ ସେ କୋରେଇ ଯାଇଥିଲେ। ଏହାପରେ ନିର୍ଦ୍ଦେଶ ଅନୁସାରେ ସେ ୩୧ ମାର୍ଚ୍ଚରୁ ଏପ୍ରିଲ ୧୯ ଯାଏଁ ଯାଜପୁର କୋରେଇର ମୁକୁନ୍ଦପୁରରେ ଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ। ଟ୍ରାଭେଲ ହିଷ୍ଟ୍ରିକୁ ଦେଖି ତାଙ୍କର ନମୂନା ଯାଞ୍ଚ କରାଯାଇଥିଲା। ଏପ୍ରିଲ ୨୦ରେ ଆସିଥିବା ରିପୋର୍ଟରେ କରୋନା ପଜିଟିଭ୍‌ ବାହାରିବା ପରେ ତାଙ୍କୁ ଯାଜଯୁର କଳିଙ୍ଗନଗର ଟାଟା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୭୧ ନମ୍ବର ଆକ୍ରାନ୍ତଙ୍କ ତଥ୍ୟ: ୭୧ ନମ୍ବର ଆକ୍ରାନ୍ତ ଜଣଙ୍କ ହେଉଛନ୍ତି ଯାଜପୁର ସଦର ବେହେରାପାଟନାର ୨୮ ବର୍ଷୀୟ ବ୍ୟକ୍ତି। ମାର୍ଚ୍ଚ ୨୯ରେ ସେ ଗାଡି ଭଡ଼ା କରି ୧୧ଜଣ ଯାତ୍ରୀଙ୍କ ସହ କୋଲକାତାରୁ ନିଜ ଘର ଯାଜପୁର ସଦର ବେହେରାପାଟନାକୁ ଆସିଥିଲେ। ମାର୍ଚ୍ଚ ୩୦ରେ ନିଜ ଭାଇଙ୍କ ସହ ରେଜିଷ୍ଟ୍ରେସନ ପାଇଁ ଯାଜପୁର ଯାଇଥିଲେ। ଏହାପରେ ମାର୍ଚ୍ଚ ୩୧ ରୁ ୧୪ ଏପ୍ରିଲ ଯାଏଁ ସେ ଘରେ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ଏପ୍ରିଲ ୧୫ରେ ଜ୍ୱର ହେବାରୁ ସେ ଚିକିତ୍ସା ପାଇଁ ଯାଜପୁର ଯାଇଥିଲେ। ପରେ ଏପ୍ରିଲ ୧୫ରୁ ୨୦ ଯାଏଁ ଯାଜପୁର ହସ୍ପିଟାଲରେ ସେ ଆଇସୋଲେଶନ୍‌ରେ ରହିଥିଲେ। ଏପ୍ରିଲ ୨୦ରେ ଉକ୍ତ ବ୍ୟକ୍ତିଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ତାଙ୍କୁ ଯାଜପୁରର କଳିଙ୍ଗ ନଗରର ଟାଟା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

୭୨ ନମ୍ବର ଆକ୍ରାନ୍ତଙ୍କ ତଥ୍ୟ: ୭୨ ନମ୍ବର ଆକ୍ରାନ୍ତ ଜଣଙ୍କ ହେଉଛନ୍ତି ଭଦ୍ରକ ବାସୁଦେବପୁରର ୬୪ ବର୍ଷୀୟ ବ୍ୟକ୍ତି। ମାର୍ଚ୍ଚ ୨୯ରେ ସେ ଗାଡି ଭଡ଼ା କରି ୨ଜଣ ଯାତ୍ରୀଙ୍କ ସହ ହାଓ୍ବଡା ବଡ଼ବଜାରରୁ ଯାଜପୁର ଦେଇ ନିଜ ଘର ଭଦ୍ରକ ବାସୁଦେବପୁରକୁ ଆସିଥିଲେ। ମାର୍ଚ୍ଚ ୨୯ରୁ ଏପ୍ରିଲ ୧୯ ଯାଏଁ ସେ ଘରେ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ତାଙ୍କ ନମୂନା ଯାଞ୍ଚ କରାଯାଇଥିବା ବେଳେ ଏପ୍ରିଲ ୨୦ରେ ରିପୋର୍ଟ କରୋନା ପଜିଟିଭ୍‌ ବାହାରିଥିଲା। ଏହାପରେ ତାଙ୍କୁ ଯାଜପୁରର କଳିଙ୍ଗନଗର ଟାଟା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୭୩ ନମ୍ବର ଆକ୍ରାନ୍ତଙ୍କ ତଥ୍ୟ: ୭୩ ନମ୍ବର ଆକ୍ରାନ୍ତ ଜଣଙ୍କ ହେଉଛନ୍ତି ଭଦ୍ରକ ବାସୁଦେବପୁରର ୫୮ ବର୍ଷୀୟ ବ୍ୟକ୍ତି। ମାର୍ଚ୍ଚ ୨୯ରେ ସେ ଗାଡି ଭଡ଼ା କରି ୨ଜଣ ଯାତ୍ରୀଙ୍କ ସହ କୋଲକାତା ବଡ଼ବଜାରରୁ ନିଜ ଘର ଭଦ୍ରକ ବାସୁଦେବପୁରକୁ ଫେରିଥିଲେ। ମାର୍ଚ୍ଚ ୨୯ରୁ ଏପ୍ରିଲ ୧୯ ଯାଏଁ ସେ ଘରେ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ଏହାରି ଭିତରେ ସେ ଏପ୍ରିଲ ୧୭ରେ ଗାଁର ପିଡିଏସ୍‌ ରିଟେଲରଙ୍କ ନିକଟକୁ ଯାଇଥିବା ବେଳେ ଏପ୍ରିଲ ୨୦ରେ ସାଙ୍ଗମାନଙ୍କ ସହ ତାସ୍‌ ଖେଳିଛନ୍ତି। ବାହାର ରାଜ୍ୟରୁ ଫେରିଥିବା ଯୋଗୁ ତାଙ୍କର ନମୂନା ଯାଞ୍ଚ କରାଯାଇଥିଲା। ଏପ୍ରିଲ ୨୦ରେ ତାଙ୍କ ରିପୋର୍ଟ ପଜିଟିଭ୍‌ ବାହାରିବାରୁ ଉକ୍ତ ବ୍ୟକ୍ତିଙ୍କୁ ଯାଜପୁରର କଳିଙ୍ଗନଗର ଟାଟା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୭୪ ନମ୍ବର ଆକ୍ରାନ୍ତଙ୍କ ତଥ୍ୟ: ୭୪ ନମ୍ବର ଆକ୍ରାନ୍ତ ଜଣଙ୍କ ହେଉଛନ୍ତି ଯାଜପୁର ବିରଜାପୁରର ୩୨ବର୍ଷୀୟ ବ୍ୟକ୍ତି। ମାର୍ଚ୍ଚ ୨୯ରେ ସେ ଗାଡି ଭଡ଼ା କରି ୧୧ଜଣ ଯାତ୍ରୀଙ୍କ ସହ କୋଲକାତା ମଙ୍ଗଳାହାଟରୁ ଯାଜପୁରକୁ ପହଞ୍ଚିଥିଲେ। ଏହାପରେ ଏକ ଅଟୋ ଭଡା କରି ସେ ନିଜ ଘର ବିରଜାପୁରକୁ ଯାଇଥିଲେ। ମାର୍ଚ୍ଚ ୨୯ରୁ ଏପ୍ରିଲ ୧୯ ଯାଏଁ ସେ ଘରେ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ଏହାପରେ ଏପ୍ରିଲ ୧୫ରେ ପାଲାଶାହିରେ ଥିବା ଜଣେ ସାଙ୍ଗଙ୍କ ଘରେ ଆଉ ୨ସାଙ୍ଗଙ୍କ ସହ ସେ ଭୋଜନ କରିଥିଲେ। ଏପ୍ରିଲ ୧୬ ଓ ୧୭ରେ ରାମବାଗର ଚିକେନ ସେଣ୍ଟର, ଗ୍ରସରୀ ଓ ପରିବା ଦୋକାନକୁ ସେ ଯାଇଥିବା ସୂଚନା ମିଳିଛି। ଏପ୍ରିଲ ୨୦ରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ଯାଜପୁରର କଳିଙ୍ଗନଗର ଟାଟା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୭୫ ନମ୍ବର ଆକ୍ରାନ୍ତଙ୍କ ତଥ୍ୟ: ୭୫ ନମ୍ବର ଆକ୍ରାନ୍ତ ଜଣଙ୍କ ହେଉଛନ୍ତି ବାଲେଶ୍ୱର ନେଳିଆବାଗର ୩୪ ବର୍ଷୀୟ ମହିଳା। ଲକ୍‌ଡାଉନ୍‌ ସମୟରେ ସେ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୯ ପର୍ଯ୍ୟନ୍ତ ଘରେ ହିଁ ରହିଥିଲେ। ଏପ୍ରିଲ ୨୦ରେ ତାଙ୍କର ନମୂନା ରିପୋର୍ଟରେ କରୋନା ପଜିଟିଭ୍‌ ଆସିବା ପରେ ପୀଡ଼ିତ ମହିଳାଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅପରପକ୍ଷେ ୬୧ ନମ୍ବର ଆକ୍ରାନ୍ତଙ୍କ ସେ ସମ୍ପର୍କୀୟ ବୋଲି ଜଣାପଡ଼ିଛି।

୭୬ ନମ୍ବର ଆକ୍ରାନ୍ତଙ୍କ ତଥ୍ୟ: ୭୬ ନମ୍ବର ଆକ୍ରାନ୍ତ ଜଣଙ୍କ ହେଉଛନ୍ତି ବାଲେଶ୍ୱର ନେଳିଆବାଗର ୩୮ବର୍ଷୀୟ ବ୍ୟକ୍ତି। ଲକ୍‌ଡାଉନ୍‌ ସମୟରେ ସେ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୯ ପର୍ଯ୍ୟନ୍ତ ଘରେ ହିଁ ରହିଥିଲେ। ଏପ୍ରିଲ ୨୦ରେ ତାଙ୍କର ନମୂନା ରିପୋର୍ଟରେ କରୋନା ପଜିଟିଭ୍‌ ଆସିବା ପରେ ଉକ୍ତ ବ୍ୟକ୍ତିଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅପରପକ୍ଷେ ଉକ୍ତ ବ୍ୟକ୍ତି ୬୧ ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି।

୭୭ ନମ୍ବର ଆକ୍ରାନ୍ତଙ୍କ ତଥ୍ୟ: ୭୭ ନମ୍ବର ଆକ୍ରାନ୍ତ ଜଣଙ୍କ ହେଉଛନ୍ତି ବାଲେଶ୍ୱର ନେଳିଆବାଗର ୧୨ ବର୍ଷୀୟ ନାବାଳକ। ଲକ୍‌ଡାଉନ୍‌ ସମୟରେ ନାବାଳକ ଜଣଙ୍କ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୯ ପର୍ଯ୍ୟନ୍ତ ଘରେ ହିଁ ରହିଥିଲେ। ଏପ୍ରିଲ ୨୦ରେ ତାଙ୍କର ନମୂନା ରିପୋର୍ଟରେ କରୋନା ପଜିଟିଭ୍‌ ଆସିବା ପରେ ଉକ୍ତ ନାବାଳକଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅପରପକ୍ଷେ ଉକ୍ତ ନାବାଳକ ମଧ୍ୟ ୬୧ ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି।

୭୮ନମ୍ବର ଆକ୍ରାନ୍ତଙ୍କ ତଥ୍ୟ: ୭୮ ନମ୍ବର ଆକ୍ରାନ୍ତ ଜଣଙ୍କ ହେଉଛନ୍ତି ବାଲେଶ୍ୱର ନେଳିଆବାଗର ୨୭ ବର୍ଷୀୟ ଯୁବକ। ଲକ୍‌ଡାଉନ୍‌ ସମୟରେ ଯୁବକ ଜଣଙ୍କ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୯ ପର୍ଯ୍ୟନ୍ତ ଘରେ ହିଁ ରହିଥିଲେ। ଏପ୍ରିଲ ୭, ୧୩ ଓ ୧୪ରେ ସ୍ବାସ୍ଥ୍ୟଗତ କାରଣରୁ ସେ ବାଲେଶ୍ୱର ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲକୁ ଯାଇଥିଲେ। ଏପ୍ରିଲ ୨୦ରେ ତାଙ୍କ ରିପୋର୍ଟ କରୋନା ପଜିଟିଭ୍‌ ବାହାରିଥିଲା। ଏହାପରେ ଉକ୍ତ ଯୁବକଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅପରପକ୍ଷେ ଉକ୍ତ ନାବାଳକ ମଧ୍ୟ ୬୧ ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି।

୭୯ନମ୍ବର ଆକ୍ରାନ୍ତଙ୍କ ତଥ୍ୟ: ୭୯ନମ୍ବର ଆକ୍ରାନ୍ତ ଜଣଙ୍କ ହେଉଛନ୍ତି ବାଲେଶ୍ୱର ନେଳିଆବାଗର ୩୪ ବର୍ଷୀୟ ବ୍ୟକ୍ତି। ଲକ୍‌ଡାଉନ୍‌ ସମୟରେ ସେ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୯ ପର୍ଯ୍ୟନ୍ତ ଘରେ ହିଁ ରହିଥିଲେ। ଏପ୍ରିଲ ୨୦ରେ ନମୂନା ରିପୋର୍ଟରେ କରୋନା ପଜିଟିଭ୍‌ ଆସିବା ପରେ ତାଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅପରପକ୍ଷେ ଉକ୍ତ ବ୍ୟକ୍ତି ୬୧ ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି।

୮୦ ନମ୍ବର ଆକ୍ରାନ୍ତଙ୍କ ତଥ୍ୟ: ୮୦ ନମ୍ବର ଆକ୍ରାନ୍ତ ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲା ବାସୁଦେବପୁରର ଲୁଙ୍ଗା ଗ୍ରାମର ୫୫ବର୍ଷୀୟ ବ୍ୟକ୍ତି। ମାର୍ଚ୍ଚ ୩୦ରେ ସେ ଗାଡି ଭଡ଼ା କରି ୧୫ଜଣ ଯାତ୍ରୀଙ୍କ ସହ କୋଲକାତା ନୂତନ ବଜାରରୁ ଲକ୍ଷ୍ମଣ ନାଥ ଚେକ୍‌ପୋଷ୍ଟକୁ ରାତି ୨ଟାରେ ପହଞ୍ଚିଥିଲେ। ଏହାପରେ ବୋଲେରୋରେ ଲକ୍ଷ୍ମଣ ନାଥ ଚେକ୍‌ପୋଷ୍ଟରୁ ବାସୁଦେବପୁରକୁ ସକାଳ ୯ଟାରେ ପହଞ୍ଚିଥିଲେ। ମାର୍ଚ୍ଚ ୩୦ରୁ ୨୧ ଏପ୍ରିଲ ଯାଏଁ ସେ ଘରେ ରହିଥିଲେ। ବାହାର ରାଜ୍ୟରୁ ଆସିଥିବା ଯୋଗୁ ତାଙ୍କର ନମୂନା ଯାଞ୍ଚ କରାଯାଇଥିବା ବେଳେ ଏପ୍ରିଲ ୨୧ରେ ଉକ୍ତ ବ୍ୟକ୍ତିଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ସେହିଦିନ ହିଁ ଅର୍ଥାତ୍‌ ଏପ୍ରିଲ ୨୧ରେ ତାଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅପରପକ୍ଷେ ଉକ୍ତ ବ୍ୟକ୍ତି ୬୪ ନମ୍ବର ଆକ୍ରାନ୍ତଙ୍କ ସହଯାତ୍ରୀ ବୋଲି ସୂଚନା ରହିଛି।

୮୧ ନମ୍ବର ଆକ୍ରାନ୍ତଙ୍କ ତଥ୍ୟ: ୮୧ନମ୍ବର ଆକ୍ରାନ୍ତ ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲା ବାସୁଦେବପୁରର ନନ୍ଦପୁର ଗ୍ରାମର ୩୫ବର୍ଷୀୟ ବ୍ୟକ୍ତି। ମାର୍ଚ୍ଚ ୩୦ରେ ସେ ଗାଡି ଭଡ଼ା କରି ୧୫ଜଣ ଯାତ୍ରୀଙ୍କ ସହ କୋଲକାତା ନୂତନ ବଜାରରୁ ଲକ୍ଷ୍ମଣ ନାଥ ଚେକ୍‌ପୋଷ୍ଟକୁ ରାତି ୨ଟାରେ ପହଞ୍ଚିଥିଲେ। ଏହାପରେ ବୋଲେରୋରେ ଲକ୍ଷ୍ମଣ ନାଥ ଚେକ୍‌ପୋଷ୍ଟରୁ ବାସୁଦେବପୁରକୁ ସକାଳ ୯ଟାରେ ପହଞ୍ଚିଥିଲେ। ମାର୍ଚ୍ଚ ୩୦ରୁ ୨୧ ଏପ୍ରିଲ ଯାଏଁ ସେ ଘରେ ରହିଥିଲେ। ଏପ୍ରିଲ ୨୧ରେ ଉକ୍ତ ବ୍ୟକ୍ତିଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ତାଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅପରପକ୍ଷେ ଉକ୍ତ ବ୍ୟକ୍ତି ୬୪ ନମ୍ବର ଆକ୍ରାନ୍ତଙ୍କ ସହଯାତ୍ରୀ ବୋଲି ସୂଚନା ରହିଛି।

୮୨ ନମ୍ବର ଆକ୍ରାନ୍ତଙ୍କ ତଥ୍ୟ: ୮୨ନମ୍ବର ଆକ୍ରାନ୍ତ ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲା ବାସୁଦେବପୁରର ବାନ୍ଧସାହି ଗ୍ରାମର ୪୦ବର୍ଷୀୟ ବ୍ୟକ୍ତି। ମାର୍ଚ୍ଚ ୩୦ରେ ସେ ଗାଡି ଭଡ଼ା କରି ୧୫ଜଣ ଯାତ୍ରୀଙ୍କ ସହ କୋଲକାତା ନୂତନ ବଜାରରୁ ଲକ୍ଷ୍ମଣ ନାଥ ଚେକ୍‌ପୋଷ୍ଟକୁ ରାତି ୨ଟାରେ ପହଞ୍ଚିଥିଲେ। ଏହାପରେ ବୋଲେରୋରେ ଲକ୍ଷ୍ମଣ ନାଥ ଚେକ୍‌ପୋଷ୍ଟରୁ ବାସୁଦେବପୁରକୁ ସକାଳ ୯ଟାରେ ପହଞ୍ଚିଥିଲେ। ମାର୍ଚ୍ଚ ୩୦ରୁ ୨୧ ଏପ୍ରିଲ ଯାଏଁ ସେ ଘରେ ରହିଥିଲେ। ଏପ୍ରିଲ ୨୧ରେ ଉକ୍ତ ବ୍ୟକ୍ତିଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ତାଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅପରପକ୍ଷେ ଉକ୍ତ ବ୍ୟକ୍ତି ୬୪ ନମ୍ବର ଆକ୍ରାନ୍ତଙ୍କ ସହଯାତ୍ରୀ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri