Categories: ଜାତୀୟ

୧୩୮ ଦିନରେ ଭଙ୍ଗାଯିବ ୩୨୫ ଫ୍ଲାଟ୍‌: ଖର୍ଚ୍ଚ ହେବ ୨ କୋଟି ୩୦ ଲକ୍ଷ

କୋଚି,୧୨।୧୧: କେରଳରେ ସମୁଦ୍ର କୂଳରେ ବେଆଇନ ଭାବେ ନିର୍ମାଣ ହୋଇଥିବା ୩୨୫ ଫ୍ଲାଟ୍‌ ୧୩୮ ଦିନରେ ଭଙ୍ଗାଯିବ। ଏନେଇ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିପାଇଁ ୨ କୋଟି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ସ୍ଥାନୀୟ ଏର୍ନାକୁଲମ୍‌ର ସମୁଦ୍ରକୂଳରେ ପରିବେଶ ଆଇନକୁ ଉଲ୍ଲଂଘନ କରି ମରାଦୁ ଫ୍ଲାଟ୍‌ ନିର୍ମାଣ ପାଇଁ ଅନୁମତି ଦିଆଯାଇଥିଲା। ଏନେଇ ସୁପ୍ରିମ୍‌କୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା। ଏହାର ବିଚାର କରି ସର୍ବୋଚ୍ଚ ଅଦାଲତ ୨୦୨୦ ଜାନୁୟାରୀ ୯ ସୁଦ୍ଧା ନିର୍ମିତ ହୋଇଥିବା ଫ୍ଲାଟ୍‌ ଗୁଡ଼ିକୁ ଭାଙ୍ଗି ଦିଆଯିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଫ୍ଲାଟ୍‌ ଭଙ୍ଗା ଠିକା ମୁମ୍ବାଇର ଏଡିଫିସ୍‌ ଇଞ୍ଜିନିୟରିଂକୁ ଦିଆଯାଇଛି। ଏଥିରେ ୨୫୦ କିଗ୍ରା ବିସ୍ଫୋରକ ବ୍ୟବହୃତ ହେବ ବୋଲି କୁହାଯାଉଛି।

Share