୧୩୮ କୋଟିର ଜିଏସ୍‌ଟି ଠକେଇ: ୪ ଗିରଫ

କଟକ ଅଫିସ/ରାଉରକେଲା ଅଫିସ୍‌, ୨୬।୧୦: ନା କିଣା ହୋଇଛି ସାମଗ୍ରୀ, ନା ବିକ୍ରୟ ହୋଇଛି। ମାତ୍ର କାଗଜପତ୍ରରେ ଦର୍ଶାଯାଇଛି ବହୁ କୋଟି ଟଙ୍କାର କାରବାର। ଏହିଭଳି ଜାଲିଆତି ମାଧ୍ୟମରେ ୧୩୮ କୋଟି ଟଙ୍କାର ଜିଏସ୍‌ଟି ଠକେଇ ହୋଇଛି। ଏଥିରେ ସମ୍ପୃକ୍ତ ରହିଛି ଏକ ଆନ୍ତଃରାଜ୍ୟ ର଼୍ୟାକେଟ୍‌। ଏନେଇ ଶୁକ୍ରବାର ସକାଳେ ଜିଏସ୍‌ଟି କମିଶନରଙ୍କ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ରାଉରକେଲା ଓ ଯାଜପୁରରେ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଠକେଇର କାର୍ପଟଦାର ରାଉରକେଲା ସିଭିଲ ଟାଉନଶିପ୍‌ର ଅତୁଲ ବଂଶଲ(ଯାଜପୁରର ବିରଜା ଷ୍ଟିଲ ଲିଜ୍‌ ହୋଲ୍ଡର), ରାଉରକେଲା ଡେଲି ମାର୍କେଟ୍‌ର ଦୀନଦୟାଲ ଅଗ୍ରୱାଲ(ବିରଜା ଷ୍ଟିଲର ଅଂଶୀଦାର), ରାଉରକେଲା ଅନନ୍ତଭୁଜ କନ୍‌ଷ୍ଟ୍ରକ୍ସନ ପ୍ରାଇଭେଟ ଲିମିଟେଡ ମାଲିକ ଆଦିତ୍ୟ କୁମାର ନାୟକ ଓ ଯାଜପୁର ବିରଜା ଷ୍ଟିଲ ଅଂଶୀଦାର ରାମଚନ୍ଦ୍ର ମଲ୍ଲିକ। ଅଭିଯୁକ୍ତମାନଙ୍କୁ ଚଣ୍ଡିଖୋଲ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯିବା ପରେ ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଯାଜପୁର ଜେଲକୁ ପଠାଯାଇଥିବା ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ମୁଖ୍ୟ ମାନଭଞ୍ଜନ ଆଚାର୍ଯ୍ୟ କହିଛନ୍ତି। ଅଭିଯୁକ୍ତମାନେ ୬୦୩ କୋଟି ଟଙ୍କାର ଲୁହା କିଣି ସେସବୁକୁ ୭୪୩କୋଟି ଟଙ୍କାରେ ବିକ୍ରୟ କରିଥିବା ଦର୍ଶାଇଛନ୍ତି। ରାଜ୍ୟ ସରକାରଙ୍କ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଏହି ବ୍ୟବସାୟକୁ ନେଇ ସନ୍ଦେହ ପ୍ରକଟ କରି ତଦନ୍ତ ଆରମ୍ଭ କରିଥିଲା। ଏହାପରେ ୧୩୮ କୋଟି ଟଙ୍କାର ଜିଏସ୍‌ଟି ଠକେଇ ସମ୍ପର୍କରେ ଜଣାପଡ଼ିଥିଲା ବୋଲି କହିଛନ୍ତି ଜିଏସ୍‌ଟି କମିଶନର ସୁଶୀଲ କୁମାର ଲୋହାନି। ଶୁକ୍ରବାର ବକ୍ସିବଜାରସ୍ଥିତ ଜିଏସ୍‌ଟି କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଲୋହାନି ଏହି ଠକେଇ ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଅତୁଲ କେତେଜଣ ଗୃହିଣୀ, ଟାକ୍ସି ଚାଳକ, ପାନ ଦୋକାନୀ, ଦିନମଜୁରିଆ, ପାଣି ମିସ୍ତ୍ରି ଓ ବେକାର ଯୁବକଙ୍କୁ ରୋଜଗାର ଦେବା ନାଁରେ ସେମାନଙ୍କଠାରୁ ଆଧାରକାର୍ଡ଼, ପ୍ୟାନକାର୍ଡ଼, ଫଟୋ ଆଦି ସଂଗ୍ରହ କରିଥିଲେ। ଏହାପରେ ସେ ଉକ୍ତ ଡକ୍ୟୁମେଣ୍ଟସ୍‌କୁ ୨୦ଟି ଜାଲ କମ୍ପାନୀ ନାମରେ ଜିଏସ୍‌ଟି ପଞ୍ଜୀକରଣ କରିଥିଲେ। ଏହି କମ୍ପାନୀ ସବୁ ଲୁହା ବ୍ୟବସାୟ କରୁଥିବା ଏବଂ ରାଜ୍ୟ ବାହାରେ ବିକ୍ରି କରିଥିବା ଜିଏସ୍‌ଟି କାଗଜପତ୍ରରେ ଦର୍ଶାଇଥିଲେ। ମାତ୍ର ପ୍ରକୃତରେ କୌଣସି ସାମଗ୍ରୀ କ୍ରୟ କିମ୍ବା ବିକ୍ରୟ ହୋଇ ନ ଥିବାବେଳେ ବାହାର ରାଜ୍ୟର ବ୍ୟବସାୟୀମାନେ ଏହି ଜାଲ ୨୦ କମ୍ପାନୀର ବିଲ୍‌ ଜରିଆରେ ଇନ୍‌ପୁଟ୍‌ ଟ୍ୟାକ୍ସ ଦର୍ଶାଇଥିଲେ।
ଅନ୍ୟପକ୍ଷରେ ଓଡ଼ିଶାର ଏହି କମ୍ପାନୀମାନେ ବାହାର ବ୍ୟବସାୟୀଙ୍କଠାରୁ ସଲାସୁତରାରେ ଜିଏସ୍‌ଟି ଅର୍ଥ ହାତେଇଥିଲେ ମଧ୍ୟ ସରକାରଙ୍କୁ ଟିକସ ଦେଇ ନ ଥିଲେ। ଏହି ବ୍ୟବସାୟକୁ ଯଥାର୍ଥ ଦର୍ଶାଇବା ଲାଗି ଅଭିଯୁକ୍ତମାନେ ବିଭିନ୍ନ ବ୍ୟାଙ୍କରେ ଏହି ୨୦ କମ୍ପାନୀ ନାମରେ ଥିବା ଜମାଖାତାରେ କୋଟି କୋଟି ଟଙ୍କାର କାରବାର କରିଥିଲେ। ତେବେ ଗିରଫ ଅଭିଯୁକ୍ତ ଓ ଏଥିରେ ସମ୍ପୃକ୍ତ ବାହାର ରାଜ୍ୟର ବ୍ୟବସାୟୀଙ୍କଠାରୁ ଟିକସ ଅର୍ଥ ସହ ଜରିମାନା ଆଦାୟ ପାଇଁ ପଦକ୍ଷେପ ନିଆଯାଉଛି ବୋଲି କମିଶନର କୁମାର ଲୋହାନି ସୂଚନା ଦେଇଛନ୍ତି। ଏହି ଠକେଇରେ ସମ୍ପୃକ୍ତ ଥିବା ବାହାର ରାଜ୍ୟର ବ୍ୟକ୍ତିମାନଙ୍କୁ ଗିରଫ କରିବା ଲାଗି ମଧ୍ୟ ପଦକ୍ଷେପ ନିଆଯାଉଥିବା ମଧ୍ୟ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି ଆଲୋଚନା ବାଟବଣା ହେବା ବେଳେ, ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଛନ୍ତି ଟ୍ରମ୍ପ

ଓ୍ବାଶିଂଟନ,୧୩।୪: ପାକିସ୍ତାନରେ ଆମେରିକା-ଇରାନ ‘ଶାନ୍ତି ଆଲୋଚନା’ ବିଫଳ ହୋଇଛି। ଇରାନ ଆମେରିକୀୟ ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଛି। ଫଳସ୍ବରୂପ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ…

ଯୁବ ବ୍ୟବସାୟୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ପ୍ରି ପ୍ଲାନ୍‌ରେ ଲୁଚାଯାଇଥିବା ଗାଡ଼ି ଜବତ

ବଲାଙ୍ଗୀର/ସଇଁତଳା,୧୩।୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଜାତୀୟ ରାଜପଥ-୨୬ ନବୀନ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟରେ ଏକ ଚାରି ଚକିଆ ଗାଡ଼ି ମଡ଼ାଇ…

ବିଶୋଧିତ ଜଳ ବ୍ୟବହାର କଲେ ମନୁଷ୍ୟ ସମାଜ ସୁସ୍ଥ ରହିବ

ବିଶାଳ ଭୂପୃଷ୍ଠକୁ ସୁବିସ୍ତୃତ ଜଳରାଶି ଚାରିପଟୁ ସଜାଗ ପୋଲିସ ବାହିନୀ ସଦୃଶ ଘେରିରହିଛି। ମହାସାଗର, ସାଗର ଓ ନଦୀଜଳ ଦ୍ୱାରା ଜାଗତିକ ସଭ୍ୟତା ଉନ୍ନତିର ସୋପାନରେ ଆଗେଇ…

ଅନ୍ଧକାର ଘେରରେ ଛତ୍ରପୁର ଶିଶୁ ଉଦ୍ୟାନ; ଜଳୁନି ଲାଇଟ୍, ପ୍ରଶାସନକୁ ଧ୍ୟାନ ଦେବାକୁ ଦାବି

ଛତ୍ରପୁର,୧୩।୪(ଦିଲୀପ ସାମଲ): ସାରା ଦିନ କଠିନ ପରିଶ୍ରମ କରି ପାଠ ପଢୁଥିବା ଶିଶୁଟିଏ ସଞ୍ଜ ନଇଁଲେ ନିଜକୁ ଖେଳ କୁଦରେ ଲିପ୍ତ କରି ଦେଇଥାଏ। ଆଉ ଯେତେବେଳେ…

ମାନସ ରଞ୍ଜନ ମଙ୍ଗରାଜ,ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର,୧୩।୪: ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମାନସଙ୍କୁ ବିଜେଡି ସଂସଦୀୟ ଦଳ ନେତା…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

ଇଲେକ୍ଟ୍ରୋନେଗେଟିଭିଟି ଭ୍ରମର ସମାଧାନ (Breaking the Electronegativity Myth): ପ୍ରାୟ ଏକ ଶତାବ୍ଦୀ ଧରି, ରସାୟନ ବିଜ୍ଞାନ ପାଠ୍ୟପୁସ୍ତକଗୁଡ଼ିକ ଏକ ନିୟମ ଶିଖାଇ ଆସିଥିଲେ: ହାଇଡ୍ରୋଜେନ ବନ୍ଧନ…

‘ଯେକୌଣସି ଭୁଲ ପ୍ରାଣଘାତକ ହେବ’ ହର୍ମୁଜ ପ୍ରଣାଳୀରେ ସୀମାପାର ମନୋଭାବରେ ଇରାନ

ତେହରାନ,୧୩।୪: ଇସଲାମାବାଦରେ ‘ଶାନ୍ତି ଆଲୋଚନା’ ବିଫଳ ହେବା ପରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇପାରେ। ଇରାନ ନୌସେନା ହର୍ମୁଜ ପ୍ରଣାଳୀ…

ଆମେରିକାକୁ ବଡ଼ ପରାମର୍ଶ ଦେଲା ଇରାନ, କହିଲା ଟ୍ରମ୍ପଙ୍କୁ ଆମର…

ତେହରାନ,୧୩।୪: ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ସଙ୍କେତ ଦେଇଛନ୍ତି ଯେ ତେହରାନ ଆମେରିକା ସହିତ ଏକ ଚୁକ୍ତିରେ ପହଞ୍ଚିବାକୁ ପ୍ରସ୍ତୁତ। ସେ କହିଛନ୍ତି ଯେ, ଏକ ସମାଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri