୧୩୮ କୋଟିର ଜିଏସ୍‌ଟି ଠକେଇ: ୪ ଗିରଫ

କଟକ ଅଫିସ/ରାଉରକେଲା ଅଫିସ୍‌, ୨୬।୧୦: ନା କିଣା ହୋଇଛି ସାମଗ୍ରୀ, ନା ବିକ୍ରୟ ହୋଇଛି। ମାତ୍ର କାଗଜପତ୍ରରେ ଦର୍ଶାଯାଇଛି ବହୁ କୋଟି ଟଙ୍କାର କାରବାର। ଏହିଭଳି ଜାଲିଆତି ମାଧ୍ୟମରେ ୧୩୮ କୋଟି ଟଙ୍କାର ଜିଏସ୍‌ଟି ଠକେଇ ହୋଇଛି। ଏଥିରେ ସମ୍ପୃକ୍ତ ରହିଛି ଏକ ଆନ୍ତଃରାଜ୍ୟ ର଼୍ୟାକେଟ୍‌। ଏନେଇ ଶୁକ୍ରବାର ସକାଳେ ଜିଏସ୍‌ଟି କମିଶନରଙ୍କ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ରାଉରକେଲା ଓ ଯାଜପୁରରେ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଠକେଇର କାର୍ପଟଦାର ରାଉରକେଲା ସିଭିଲ ଟାଉନଶିପ୍‌ର ଅତୁଲ ବଂଶଲ(ଯାଜପୁରର ବିରଜା ଷ୍ଟିଲ ଲିଜ୍‌ ହୋଲ୍ଡର), ରାଉରକେଲା ଡେଲି ମାର୍କେଟ୍‌ର ଦୀନଦୟାଲ ଅଗ୍ରୱାଲ(ବିରଜା ଷ୍ଟିଲର ଅଂଶୀଦାର), ରାଉରକେଲା ଅନନ୍ତଭୁଜ କନ୍‌ଷ୍ଟ୍ରକ୍ସନ ପ୍ରାଇଭେଟ ଲିମିଟେଡ ମାଲିକ ଆଦିତ୍ୟ କୁମାର ନାୟକ ଓ ଯାଜପୁର ବିରଜା ଷ୍ଟିଲ ଅଂଶୀଦାର ରାମଚନ୍ଦ୍ର ମଲ୍ଲିକ। ଅଭିଯୁକ୍ତମାନଙ୍କୁ ଚଣ୍ଡିଖୋଲ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯିବା ପରେ ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଯାଜପୁର ଜେଲକୁ ପଠାଯାଇଥିବା ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ମୁଖ୍ୟ ମାନଭଞ୍ଜନ ଆଚାର୍ଯ୍ୟ କହିଛନ୍ତି। ଅଭିଯୁକ୍ତମାନେ ୬୦୩ କୋଟି ଟଙ୍କାର ଲୁହା କିଣି ସେସବୁକୁ ୭୪୩କୋଟି ଟଙ୍କାରେ ବିକ୍ରୟ କରିଥିବା ଦର୍ଶାଇଛନ୍ତି। ରାଜ୍ୟ ସରକାରଙ୍କ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଏହି ବ୍ୟବସାୟକୁ ନେଇ ସନ୍ଦେହ ପ୍ରକଟ କରି ତଦନ୍ତ ଆରମ୍ଭ କରିଥିଲା। ଏହାପରେ ୧୩୮ କୋଟି ଟଙ୍କାର ଜିଏସ୍‌ଟି ଠକେଇ ସମ୍ପର୍କରେ ଜଣାପଡ଼ିଥିଲା ବୋଲି କହିଛନ୍ତି ଜିଏସ୍‌ଟି କମିଶନର ସୁଶୀଲ କୁମାର ଲୋହାନି। ଶୁକ୍ରବାର ବକ୍ସିବଜାରସ୍ଥିତ ଜିଏସ୍‌ଟି କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଲୋହାନି ଏହି ଠକେଇ ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଅତୁଲ କେତେଜଣ ଗୃହିଣୀ, ଟାକ୍ସି ଚାଳକ, ପାନ ଦୋକାନୀ, ଦିନମଜୁରିଆ, ପାଣି ମିସ୍ତ୍ରି ଓ ବେକାର ଯୁବକଙ୍କୁ ରୋଜଗାର ଦେବା ନାଁରେ ସେମାନଙ୍କଠାରୁ ଆଧାରକାର୍ଡ଼, ପ୍ୟାନକାର୍ଡ଼, ଫଟୋ ଆଦି ସଂଗ୍ରହ କରିଥିଲେ। ଏହାପରେ ସେ ଉକ୍ତ ଡକ୍ୟୁମେଣ୍ଟସ୍‌କୁ ୨୦ଟି ଜାଲ କମ୍ପାନୀ ନାମରେ ଜିଏସ୍‌ଟି ପଞ୍ଜୀକରଣ କରିଥିଲେ। ଏହି କମ୍ପାନୀ ସବୁ ଲୁହା ବ୍ୟବସାୟ କରୁଥିବା ଏବଂ ରାଜ୍ୟ ବାହାରେ ବିକ୍ରି କରିଥିବା ଜିଏସ୍‌ଟି କାଗଜପତ୍ରରେ ଦର୍ଶାଇଥିଲେ। ମାତ୍ର ପ୍ରକୃତରେ କୌଣସି ସାମଗ୍ରୀ କ୍ରୟ କିମ୍ବା ବିକ୍ରୟ ହୋଇ ନ ଥିବାବେଳେ ବାହାର ରାଜ୍ୟର ବ୍ୟବସାୟୀମାନେ ଏହି ଜାଲ ୨୦ କମ୍ପାନୀର ବିଲ୍‌ ଜରିଆରେ ଇନ୍‌ପୁଟ୍‌ ଟ୍ୟାକ୍ସ ଦର୍ଶାଇଥିଲେ।
ଅନ୍ୟପକ୍ଷରେ ଓଡ଼ିଶାର ଏହି କମ୍ପାନୀମାନେ ବାହାର ବ୍ୟବସାୟୀଙ୍କଠାରୁ ସଲାସୁତରାରେ ଜିଏସ୍‌ଟି ଅର୍ଥ ହାତେଇଥିଲେ ମଧ୍ୟ ସରକାରଙ୍କୁ ଟିକସ ଦେଇ ନ ଥିଲେ। ଏହି ବ୍ୟବସାୟକୁ ଯଥାର୍ଥ ଦର୍ଶାଇବା ଲାଗି ଅଭିଯୁକ୍ତମାନେ ବିଭିନ୍ନ ବ୍ୟାଙ୍କରେ ଏହି ୨୦ କମ୍ପାନୀ ନାମରେ ଥିବା ଜମାଖାତାରେ କୋଟି କୋଟି ଟଙ୍କାର କାରବାର କରିଥିଲେ। ତେବେ ଗିରଫ ଅଭିଯୁକ୍ତ ଓ ଏଥିରେ ସମ୍ପୃକ୍ତ ବାହାର ରାଜ୍ୟର ବ୍ୟବସାୟୀଙ୍କଠାରୁ ଟିକସ ଅର୍ଥ ସହ ଜରିମାନା ଆଦାୟ ପାଇଁ ପଦକ୍ଷେପ ନିଆଯାଉଛି ବୋଲି କମିଶନର କୁମାର ଲୋହାନି ସୂଚନା ଦେଇଛନ୍ତି। ଏହି ଠକେଇରେ ସମ୍ପୃକ୍ତ ଥିବା ବାହାର ରାଜ୍ୟର ବ୍ୟକ୍ତିମାନଙ୍କୁ ଗିରଫ କରିବା ଲାଗି ମଧ୍ୟ ପଦକ୍ଷେପ ନିଆଯାଉଥିବା ମଧ୍ୟ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri