Posted inଫୁରସତ

୧୩୨ ବର୍ଷ ପରେ ସର୍ବସାଧାରଣଙ୍କ ପାଇଁ ଖୋଲିଲା ମଧ୍ୟପ୍ରଦେଶର ପଚମଢ଼ୀ ରାଜଭବନ

ମଧ୍ୟପ୍ରଦେଶର ଗ୍ରୀଷ୍ମକାଳୀନ ପଚମଢ଼ୀ ରାଜଭବନ ଦୀର୍ଘ ୧୩୨ ବର୍ଷ ପରେ ସାଧାରଣ ଜନତାଙ୍କ ପାଇଁ ଖୋଲିଛି। ଲୋକେ ଏହାର ପୁରୁଣା ବିଲିଡିଂ ଏବଂ ସାମଗ୍ରୀ ଦେଖି ଆଶ୍ଚର୍ଯ୍ୟ ହେବା ସହ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି। ୧୯୬୭ ମସିହାରେ ଶେଷଥର ପାଇଁ ଗ୍ରୀଷ୍ମଋତୁରେ ପଚମଢ଼ୀକୁ ଏହା ସ୍ଥାନାନ୍ତରିତ ହୋଇଥିଲା। ଏହା ପରେ ତତ୍‌କାଳୀନ ରାଜ୍ୟପାଳ ଗୋବିନ୍ଦ ନାରାୟଣ ସିଂହ ଗ୍ରୀଷ୍ମକାଳୀନ ରାଜଧାନୀ ସ୍ଥାନାନ୍ତରିତ ପ୍ରଥା ବନ୍ଦ କରିଦେଲେ। ଏଠାରେ ଥିବା ରାଜଭବନର ସମ୍ପର୍କରେ ସ୍ଥାନୀୟ ଲୋକେ ମଧ୍ୟ ଜାଣି ନ ଥାନ୍ତି। ଏହାର ତିନୋଟି ଗେଟ୍‌ ରହିଛି। ଯାହା ସର୍ବଦା ବନ୍ଦ ରହିଥାଏ। କେହି ମଧ୍ୟ ଏହାର ଫଟୋ ଉଠାଇ ନେଇପାରିବେ ନାହିଁ ବୋଲି କଟକଣା ରହିଛି। ପଚମଢ଼ୀ ରାଜଭବନ ୨୨ ଏକର ପରିମିତ ଜାଗାରେ ନିର୍ମିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀଙ୍କ ପାଇଁ ବଙ୍ଗଳା ରହିଛି। ଏଠାରେ ରାଜ୍ୟପାଳ ରହିବା ମଧ୍ୟ ଭବନ ରହିଥିବାବେଳେ ଏକ ବଡ଼ କନ୍‌ଫରେନ୍ସ ହଲ୍‌ ରହିଛି। ଏଥିସହିତ ଅତିଥି ଭବନ ଏବଂ ଡାଇନିଂ ହଲ୍‌ ରହିଛି। ଏଠାରେ ଏକ ପିଆନୋ ରହିଛି। ଯାହା ବର୍ତ୍ତମାନ ସମୟରେ ବି ବଜାଯାଉଛି। ରାଜଭବନ ପରିସରରେ ହାତୀଶାଳ ଏବଂ ଘୋଡ଼ଶାଳ ମଧ୍ୟ ରହିଛି। ବର୍ତ୍ତମାନର ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ ସର୍ବସାଧାରଣଙ୍କ ଦେଖିବା ନିମେନ୍ତ ଏହାକୁ ଖୋଲିବା ପାଇଁ କିଛିଦିନ ତଳେ ପ୍ରତିଶୃତି ଦେଇଥିଲେ। ଫଳରେ ଦୀର୍ଘବର୍ଷରୁ ବନ୍ଦ ଥିବା ଏହି ରାଜଭବନ ଶନିବାର ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri