୧୩ରେ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ୱର, ୯।୧୧(ବ୍ୟୁରୋ): ଆସନ୍ତା ୧୩ ତାରିଖରୁ ଷୋଡ଼ଶ ବିଧାନସଭା ଦ୍ୱିତୀୟ ଅଧିବେଶନ ପାଇଁ କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇଛି। ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳର ବିଧାୟକ ଦଳ ବୈଠକ ଆସନ୍ତା ୧୩ ତାjରିଖ ପୂର୍ବାହ୍ନ ୧୦ଟାରେ ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହେବ ।ବୈଠକରେ ଦଳର ସମସ୍ତ ବିଧାୟକ, ବିଧାୟିକା ଯୋଗଦେବା ନିମନ୍ତେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।