୧୩ରୁ ଭୁବନେଶ୍ୱରରୁ ଦିଲ୍ଲୀକୁ ଗଡିବ ସ୍ପେଶାଲ ଟ୍ରେନ: ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ୱର,୧୧।୫(ବ୍ୟୁରୋ)-କରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ କରାଯାଇଛି। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବିଭାଗ ପକ୍ଷରୁ ସମସ୍ତ ଟ୍ରନ ଚଳଚଳକୁ ବନ୍ଦ କରାଯାଇଥିଲା। ତେବେ ଆସନ୍ତା ୧୩ରୁ ଭୁବନେଶ୍ୱରରୁ ଦିଲ୍ଲୀ ମଧ୍ୟରେ ଚାଲିବ ସ୍ପେଶାଲ ଟ୍ରେନ। ଟ୍ରେନରେ ୧୭ଟି ବଗି ରହିବ। ସବୁ ବଗି ଏୟାର କଣ୍ଡିସନ ରହିବ। ସେହିପରି ୧୪ ତାରିଖରୁ ନୂଆଦିଲ୍ଲୀରୁ ଭୁବନେଶ୍ୱର ଦୈନିକ ଯାତ୍ରା କରିବ। ଉକ୍ତ ଟ୍ରେନ ବାଲେଶ୍ୱର, ଖଡ଼ଗପୁର, ଟାଟା, ବୋକାରୋ, ଗୟା, ଡିଡିୟୁ ଜଙ୍କସନ ଓ କାନପୁର ଷ୍ଟେଶନରେ ରହଣି କରିବ। ସେହିପରି ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ। ଟ୍ରେନରେ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀମାନେ ରିଜର୍ଭଭେଶନ ବୁକିଂ ଆଇଆରସିଟିସିର ଓ୍ବେବସାଇଟରୁ କରିପାରିବେ। ମେ ୧୧ ତାରିଖ ଅପରାହ୍ନ ୪ଟାରୁ ଏହି ଓ୍ବେବସାଇଟ ଖୋଲା ରହିବ। ଯାତ୍ରା ସମୟରେ ଯାତ୍ରୀମାନେ ସତର୍କତା ଅବଲମ୍ବନ କରିବାକୁ ରେଳବାଇ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କୁ ଝଟ୍‌କା: ହୁ ହୁ ବଢିବ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମୂଲ୍ୟ

ନୂଆଦିଲ୍ଲୀ,୧୩ା୬(ଏଜେନ୍ସି):ପେଟ୍ରୋଲ ଏବଂ ଡିଜେଲର ପ୍ରାରମ୍ଭିକ ମୂଲ୍ୟ ବୃଦ୍ଧିକୁ ନେଇ ପୂର୍ବରୁ କେତେକ ଖାଦ୍ୟ ସାମଗ୍ରୀ ସମେତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଇଥିଲା। କିନ୍ତୁ ଇତି…

ମାସେ ବିତିଲା, ତୁଟିନି ଟୋକନ ସମସ୍ୟା: ଲାଗି ରହିଛି ଧାନ କିଣାବିକା ସମସ୍ୟା

ବରଗଡ଼,୧୩।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ମାତ୍ର ଧାନ କିଣାବିକା ସମସ୍ୟା ଲାଗି ରହିଛି। ଅନ୍ୟଥର ଅପେକ୍ଷା ଏଥର ଚାଷୀମାନେ ଟୋକନ…

ବିଶ୍ୱ ବ୍ୟବସାୟ ଜଗତରେ ନୂଆ ଅଧ୍ୟାୟ ସୃଷ୍ଟି କଲେ ଏଲନ ମସ୍କ: ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ…

ନୂଆଦିଲ୍ଲୀ/ଶିକାଗୋ,୧୩ା୬(ରଏଟର୍ସ):ବିଶ୍ୱ ବ୍ୟବସାୟ ଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ପ୍ରତିଷ୍ଠିତ ଆମେରିକୀୟ ଉଦ୍ୟୋଗୀ ତଥା ଟେସ୍‌ଲା ଓ ସ୍ପେସ୍‌ଏକ୍ସର ମୁଖ୍ୟ ଏଲନ୍‌ ମସ୍କ ବିଶ୍ୱର ପ୍ରଥମ…

ଜୀବନ ରକ୍ଷାକାରୀ ମେଡିସିନ ଦର ୫୦% ବଢ଼ାଇଲେ ସରକାର: କ୍ୟାନ୍‌ସର ଔଷଧ, ଟିଟାନସ୍‌ ମହଙ୍ଗା

ନୂଆଦିଲ୍ଲୀ,୧୩ା୬(ଏଜେନ୍ସି):ରନ୍ଧନ ଗ୍ୟାସ (ଏଲ୍‌ପିଜି), ପେଟ୍ରୋଲ ଓ ଡିଜେଲ ପରେ ଏବେ ଜୀବନ ରକ୍ଷାକାରୀ ଜରୁରିକାଳୀନ ଔଷଧ ଉପରେ ପଶ୍ଚିମ ଏସିଆ ଯୁଦ୍ଧର ସାଙ୍ଘାତିକ ପ୍ରଭାବ ଦେଖିବାକୁ ମିଳିଛି।…

୬ଟି ବିଭାଗର ୮ଟି ବଡ଼ ପ୍ରସ୍ତାବକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରି 

ଭୁବନେଶ୍ୱର, ୧୨/୬ : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ କ୍ୟାବିନେଟ ବୈଠକରେ ୬ଟି ବିଭାଗ ପକ୍ଷରୁ ଆଗତ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି।…

ଭାରତ ପାଇଁ ବାହାରିଲେ ଟ୍ରମ୍ପ, ଇରାନକୁ ସିଧା କହିଦେଲେ…

ଓ୍ୱାଶିଂଟନ,୧୨ା୬: ଉପସାଗରୀୟ ଅଞ୍ଚଳରେ ଯୁଦ୍ଧ ବନ୍ଦ ପାଇଁ ରବିବାର ସୁଦ୍ଧା ଆମେରିକା ଏବଂ ଇରାନ ମଧ୍ୟରେ ବହୁପ୍ରତୀକ୍ଷିତ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର ହୋଇପାରେ। ଏକ ପାଶ୍ଚାତ୍ୟ ସୂତ୍ର…

ସରକାର କରିଲେ ବଡ ଘୋଷଣା; ଅଙ୍ଗନବାଡି଼ କର୍ମୀଙ୍କୁ ମିଳିବ …

ଭୁବନେଶ୍ୱର,୧୨।୬: ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କର୍ମୀ, ଲେଡି ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। କିଛି ଅଙ୍ଗନୱାଡ଼ି କର୍ମୀଙ୍କୁ ସ୍ମାର୍ଟ ଫୋନ…

କୁଲାଡ ରଥଯାତ୍ରା ପ୍ରସ୍ତୁତି ବୈଠକ: ସମନ୍ବୟ ରକ୍ଷା କରି ଯାତ୍ରାକୁ ସଫଳ କରାଯିବ

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ କୁଲାଡ ରଥଯାତ୍ରା ଓ ବାହୁଡ଼ା ଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହ ହୋଇପାରିବ ସେ ନେଇ ପ୍ରଥମ ପ୍ରସ୍ତୁତି ବୈଠକ ଶୁକ୍ରବାର ଭଞ୍ଜନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri