Posted inଖେଳ

୧୨ ବର୍ଷ ହେଲା ଆର୍ଥକ ସହୟତା ଦେଇନାହିଁ ବିସିସିଆଇ

ବେଙ୍ଗାଲୁରୁ,୪ା୧୨: ଘରୋଇ ଲିଷ୍ଟ ଏ’ ଓ ଟି୨୦ କ୍ରିକେଟ ମ୍ୟାଚ୍‌ ବର୍ଷା ଦ୍ୱାରା ବାଧା ପ୍ରାପ୍ତ ହେଲେ ଫଳାଫଳ ନିଣ୍ଣୟ କରିବା ପାଇଁ ଦେଶରେ ଭିଜେଡି ନିୟମ ବ୍ୟବହାର କରାଯାଏ। ଏହି ନିୟମକୁ ପ୍ରସ୍ତୁତ କରିଥିଲେ ଭି. ଜୟଦେବନ। ହେଲେ ଭିଜେଡି ନିୟମ ବ୍ୟବହାର କରିବା ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଗତ ୧୦ ବର୍ଷ ହେଲା ଜୟଦେବନଙ୍କୁ କୌଣସି ଆର୍ଥିକ କ୍ଷତିପୂରଣ ଦେଉନାହିଁ। କେରଳର ସିଭିଲ ଇଞ୍ଜିନିୟର ୨୦୦୭ରେ ଏହି ନିୟମ ପ୍ରସ୍ତୁତ କରିଥିଲେ। ସେ କହିଛନ୍ତି, କେବଳ ୨୦୦୯ରେ ବୋର୍ଡ ପକ୍ଷରୁ ନିୟମକୁ ଆହୁରି ଉନ୍ନତର କରିବା ପାଇଁ ଆର୍ଥିକ ସହୟତା ପାଇଥିଲେ। ସୁନିଲ ଗାଭାସ୍କରଙ୍କ ନେତୃତ୍ୱାଧୀନ ଟେକନିକାଲ କମିଟିର ସୁପାରିସ କ୍ରମେ ୧୨ ବର୍ଷ ତଳେ କାର୍ଯ୍ୟକାରୀ କରାଯାଇଥିଲା। ସୌରଭ ଗାଙ୍ଗୁଲି ମଧ କମିଟିର ସଦସ୍ୟ ଥିଲେ। ସେ ଭିଜେଡି ନିୟମକୁ ଆଇପିଏଲରେ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ। ଗତ ୧୨ ବର୍ଷ ହେଲା ଭିଜେଡି ନିୟମ ବ୍ୟବହାର କରାଯାଇ ୫୦୦ରୁ ଅଧିକ ଘରୋଇ ମ୍ୟାଚ୍‌ର ସନ୍ତୋଷଜନକ ଫଳାଫଳ ବାହାରିଛି। ରାଜ୍ୟର ଟି୨୦ ଲିଗ୍‌ କେପିଏଲ ଓ ଟିଏନ୍‌ପିଏଲ ମଧ୍ୟ ଏହା ଫଳପ୍ରଦ ସାବ୍ୟସ୍ତ ହେଉଛି। ଏଥିନେଇ ମୁଁ କୌଣସି ସମ୍ମାନ କିମ୍ବା ଆର୍ଥିକ ସହାୟତା ପାଇନାହିଁ ବୋଲି ସେ କହିଛନ୍ତି। ଏବେ ସେ ନୂଆ ନିୟମ ବାହର କରିଛନ୍ତି, ଯାହାର ନାମ ‘ମେକ ଅପ୍‌ ଫ୍ୟାକ୍ଟର’ ରଖିଛନ୍ତି। ଏହା ଦ୍ୱାରା କୌଣସି ଦଳକୁ ଫାଇଦା କିମ୍ବା କ୍ଷତି ହେବ ନାହିଁ। ତେବେ ଏହା ଟି୨୦ ଫର୍ମାଟରେ ବେଶ ସହାୟକ ହେବ। ଏହା ଉପରେ କାର୍ଯ୍ୟ କରିବା ପାଇଁ ମୋତେ ଅର୍ଥର ଆବଶ୍ୟକ ଅଛି। ତାଙ୍କୁ ବିସିସିଆଇ ସାଧାରଣ ସମ୍ପାଦକ (କ୍ରିକେଟ ଅପରେଶନ୍ସ) ସାବା କରିମ ଆଶ୍ୱସନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri