୧୨ ବର୍ଷ ପରେ ସିଲ୍‌ଭର ସ୍କ୍ରିନ୍‌କୁ ଫେରୁଛନ୍ତି ଶିଳ୍ପା

ଦର୍ଶକଙ୍କ ପାଇଁ ଖୁସି ଖବର। ୧୨ ବର୍ଷ ପରେ ପୁଣି ସିଲ୍‌ଭର ସ୍କ୍ରିନ୍‌କୁ ଫେରୁଛନ୍ତି ସୁନ୍ଦରୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ବିବାହ ପରଠାରୁ ଫିଲ୍ମଠୁ ଦୂରେଇ ଯାଇଥିଲେ ମଧ୍ୟ ରିୟଲିଟି ଶୋ’ରେ ଶିଳ୍ପାଙ୍କୁ ଦେଖିବାକୁ ମିଳୁଥିଲା। ସର୍ବଦା ଫିଟ୍‌ନେସ ଏବଂ ଟିଭି ଶୋ’କୁ ନେଇ ଚର୍ଚ୍ଚାରେ ରହୁଥିବା ଶିଳ୍ପାଙ୍କ ପରଦା ଲେଉଟାଣି ନେଇ ପ୍ରଶଂସକମାନେ ବହୁ ଉତ୍ସୁକ ଅଛନ୍ତି। ୪୪ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ନିଜର ସୁନ୍ଦର ଚେହେରାକୁ ନେଇ ଆଜିପର୍ଯ୍ୟନ୍ତ ଦର୍ଶକଙ୍କ ହୃଦୟରେ ସେ ରାଜ୍‌ କରିଚାଲିଛନ୍ତି।

ଏକ ସାକ୍ଷାତକାରରେ ଶିଳ୍ପା କହିଛନ୍ତି, ତାଙ୍କ ପାଖରେ ୪-୫ଟି ଫିଲ୍ମର ସ୍କ୍ରିପ୍ଟ ରହିଛି। ଯେଉଁଟା ପସନ୍ଦ ଆସିବ ସେଥିରେ ସେ ଅଭିନୟ କରିବେ। ଏହି ଫିଲ୍ମ ଜରିଆରେ ସେ ପୁଣି ନୂଆ ଇଂନିସ ଆରମ୍ଭ କରିବାକୁ ଯାଉଛନ୍ତି। କହିରଖୁଛୁ, ଶିଳ୍ପା ରିୟଲିଟି ଶୋ’ ସୁପର ଡ୍ୟାନ୍ସର – ୩ ରେ ନଜର ଆସୁଛନ୍ତି। ଆସନ୍ତା ୨୩ ତାରିଖରେ ଶୋ’ର ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହେବ। ଏହି ଶୋ’ ସରିବା ପରେ ଶିଳ୍ପା ନିଜର ଫିଲ୍ମ କ୍ୟାରିୟର ପ୍ରତି ଗୁରୁତ୍ୱ ଦେବେ।

Share