୧୨ ବର୍ଷରେ ପଦାର୍ପଣ କରିଛନ୍ତି ବଜରଙ୍ଗି ଭାଇଜାନର ଶିଶୁ କଳାକାର ହର୍ଷାଳି

ମୁମ୍ବାଇ: ବଲିଉଡ୍‌ର ସୁପରହିଟ୍‌ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ ୨୦୧୫ ମସିହାରେ ସୁପହିଟ୍‌ ହୋଇଥିଲା। ବିଶେଷକରି ଏଥିରେ ମୁନ୍ନି ଭୂମିକାରେ ଅଭିନୟ କରିଥିବା ହର୍ଷାଳି ମାଲହୋତ୍ରା ସେତେବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଫିଲ୍ମରେ ସେ କଥା କହିପାରୁ ନ ଥିବାବେଳେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କ ହୃଦୟକୁ ଛୁଇଁ ଯାଇଥିଲା। ସେହି ଶିଶୁ କଳାକାର ହର୍ଷାଳି ଏବେ ୧୨ ବର୍ଷରେ ପାଦ ରଖିଛନ୍ତି। ଅସଲ ଜୀବନରେ କିନ୍ତୁ କେବେ ଚୁପ୍‌ ବସନ୍ତିନି ସେ। ସବୁବେଳେ କଥା କହିବାକୁ ପସନ୍ଦ କରୁଥିବା ଏହି ଶିଶୁ କଳାକାର ‘ବଜରଙ୍ଗି ଭାଇଜାନ’ରେ ଅଭିନୟ କରିବା ପୂର୍ବରୁ କେତୋଟି ଟେଲିଭିଜନ ଧାରାବାହିକ ଓ ବିଜ୍ଞାପନରେ କାମ କରି ସାରିଥିଲେ। ବଡ ଭାଇ ଓ ମାତାପିତାଙ୍କ ସହ ମୁମ୍ବାଇରେ ରହୁଥିବା ହର୍ଷାଳି ଏବେ ନିଜ ଘରେ ତାଙ୍କ ୧୨ତମ ଜନ୍ମଦିନ ପାଳନ କରିଛନ୍ତି। ଭାଇ ଓ ମାଆ ତିଆରି କରିଥିବା କେକ୍‌ କାଟି ସେ ଜନ୍ମଦିନ ପାଳନ କରିଥିବା ଜଣାପଡିଛି। ଏହାର ଏକ ଫଟୋ ସେ ସୋସିଆଲ ମିଡିଆରେ ଅପଲୋଡ କରିଥିବା ବେଳେ ସେବେକାର ହର୍ଷାଳି ଓ ଏବେକାର ହର୍ଷାଳିଙ୍କ ମଧ୍ୟରେ ଢେର ପାର୍ଥକ୍ୟ ପରିଲକ୍ଷିତ ହୋଇଛି। ଆଗାମୀ ଦିନରେ ସେ ଅର୍ଜୁନ ରାମପାଲଙ୍କ ଏକ ଫିଲ୍ମ ‘ନାସ୍ତିକ’ରେ କାମ କରିବେ ବୋଲି ଶୁଣିବାକୁ ମିଳିଛି।

Share