୧୨ ଘଣ୍ଟିଆ ବାଙ୍କୀ ବନ୍ଦ: ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ

ବାଙ୍କୀ,୨୯।୨(ଡି.ଏନ୍‌.ଏ.): କଟକ ଜିଲା କଂଗ୍ରେସ ପକ୍ଷରୁ ଶନିବାର ୧୨ ଘଣ୍ଟିଆ ବାଙ୍କୀ ବନ୍ଦ ଡାକରା ଦିଆଯାଇଛି। ପୂର୍ବତନ ବିଧାୟକ ଡ. ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ସକାଳ ୬ଟାରୁ ବାଙ୍କୀ ନିର୍ବାଚନମଣ୍ଡଳୀକୁ ବନ୍ଦ କରାଯାଇଛି। ବାଙ୍କୀ, କଳାପଥର, ବୈଦେଶ୍ୱର, ଡମପଡ଼ା ଓ ବାରଙ୍ଗ ଆଦି ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ଶିକ୍ଷାନୁଷ୍ଠାନ, ସ୍କୁଲ, କଲେଜ, ବ୍ୟାଙ୍କ, ଦୋକାନ ବଜାର ବନ୍ଦ ରହିଥିବା ବେଳେ ଯାନବାହନ ଚଳାଚଳ ବନ୍ଦ ରହିଛି।
ବାଙ୍କୀରେ ହୋଇଥିବା ଡବଲ୍‌ମର୍ଡର ଘଟଣାରେ ପୋଲିସ କେତେଜଣଙ୍କୁ ଗିରଫ କରିଥିବାବେଳେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଚାହୁଁ ନାହିଁ। ରାଜନୈତିକ କାରଣ ସହ ରାଜନୈତିକ ଲୋକମାନଙ୍କର ସମ୍ପୃକ୍ତି ଏହି ହତ୍ୟାକାଣ୍ଡ ପଛରେ ରହିଛିି ବୋଲି ଡ.ଦେବାଶିଷ ପଟ୍ଟନାୟକ ଶୁକ୍ରବାର ବାରଙ୍ଗଠାରେ ଏକ ଖବରଦାତା ସମ୍ମିଳନୀରେ କହିଥିଲେ। ଏହି ଘଟଣାର ପ୍ରତିବାଦରେ ଶନିବାର କଂଗ୍ରେସ ପକ୍ଷରୁ ବାଙ୍କୀ ନିର୍ବାଚନମଣ୍ଡଳୀ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଅନୁରୂପଭାବେ ବାରଙ୍ଗ ମଧ୍ୟ ବନ୍ଦ କରାଯିବ ବୋଲି ଘୋଷଣା କରାଯାଇଥିଲା।