୧୨ ଘଣ୍ଟା ବଢ଼ିଲା କର୍ଫ୍ୟୁ କଟକଣା

ଭଦ୍ରକ ଅଫିସ,୧୩ା୫: ଭଦ୍ରକ ଷ୍ଟେଶନଠାରୁ ୫୦୦ ମିଟର ଅବଧି ମଧ୍ୟରେ ଜାରି ହୋଇଥିବା ୨୪ଘଣ୍ଟିଆ କର୍ଫ୍ୟୁ କଟକଣା ନ ସରିବା ପୂର୍ବରୁ ପୁଣି ୧୨ଘଣ୍ଟିଆ କର୍ଫ୍ୟୁ ଅବଧି ବଢ଼ାଇ ଦିଆଯାଇଛି। ବୁଧବାର ଅପରାହ୍ନ ୨ଟାରୁ ଗୁରୁବାର ସକାଳ ୭ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ଟୁଇଟର୍‌ ଯୋଗେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ମଙ୍ଗଳବାର ଅପରାହ୍ନ ୨ଟାରୁ ବୁଧବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ କଟକଣା ଜାରି ହୋଇଥିଲା। କିନ୍ତୁ ଏହି ଅବଧି ବଢ଼ାଇ ଦିଆଯାଇଛି। ପ୍ରବାସୀ ଓଡ଼ିଆମାନେ ବିଭିନ୍ନ ଅଞ୍ଚଳରୁ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଆସି ଷ୍ଟେଶନରେ ଓହ୍ଳାଉଥିବାରୁ ଏହି ଅଞ୍ଚଳରେ ଲୋକଙ୍କ ସୁରକ୍ଷା କାରଣରୁ କର୍ଫ୍ୟୁ ଜାରି କରାଯାଇଛି।