୧୨ କୋଟିରେ ବିକ୍ରି ହେବ ୬୬୦ ଏକର ପରିମିତ ଅଞ୍ଚଳରେ ଥିବା ନିର୍ଜନ ଦ୍ୱୀପ

ଏଡ଼ିନବରା, ୩୧।୭: ସ୍କଟ୍‌ଲାଣ୍ଡରେ ଥିବା ଏକ ନିର୍ଜନ ଦ୍ୱୀପ ୧୨ କୋଟି ଟଙ୍କାରେ ବିକ୍ରି ହେବ। ଏନେଇ ଘୋଷଣା ପ୍ରକାଶ ପାଇଛି। ଦ୍ୱୀପଟି ୬୬୦ ଏକର ପରିମିତ ଅଞ୍ଚଳରେ ରହିଛି। ଏହି ଦ୍ୱୀପ ହେଉଛି ଇଞ୍ଚ୍‌ମାନରୋକ୍‌। ଏଠାରେ ୪ ବେଡ୍‌ ରୁମ୍‌ ବିଶିଷ୍ଟ ଏକ ଘର ରହିଛି। ସମ୍ପ୍ରତି ଏଠାରେ ବାସ କରୁଥିବା ଦମ୍ପତି ଏହାକୁ ବିକ୍ରି କରିବାକୁ ଚାହୁଁଛନ୍ତି। ପୂର୍ବରୁ ଏଠାରେ ୪୧ ଜଣ ଲୋକ ବାସ କରୁଥିଲେ। ତେବେ ୧୯୮୬ ପରଠାରୁ ଦ୍ୱୀପରେ କେବଳ ଏହି ଦମ୍ପତି ହିଁ ବାସ କରି ଆସୁଛନ୍ତି।

Share