Categories: ଜାତୀୟ

୧୨୫ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ ପାଖରେ ରହିଛି ଆଧାର

ନୂଆଦିଲ୍ଲୀ,୨୭।୧୨: ସରକାରଙ୍କ ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ)ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି କି ଦେଶରେ ବର୍ତ୍ତମାନ ସୁଦ୍ଧା ୧୨୫କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ ପାଖରେ ଆଧାର କାର୍ଡ ରହିଛି। ଏହାର ଅର୍ଥ ବର୍ତ୍ତମାନ ସୁଦ୍ଧା ଭାରତରେ ୧.୨୫ ବିଲିୟନ ଘରେ ୧୨ ଡିଜିଟର ୟୁନିକ ଆଇଡେନଟିଟି ରହିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ଆଧାରକୁ ବିଭିନ୍ନ କାର୍ଯ୍ୟରେ ପ୍ରାଥମିକତା ଦିଆଯାଇଛି। ଏପର୍ଯ୍ୟନ୍ତ ୩୭,୦୦୦ କୋଟି ଥର ଆଧାରକୁ ପ୍ରାଥମିକ ପ୍ରମାଣ ପତ୍ର ଭାବରେ ବ୍ୟବହାର କରାଯାଇଛି। ୟୁଆଇଡିଏଆଇର ରେକର୍ଡ ଅନୁସାରେ ପ୍ରତିଦିନ ହାରାହାରି ୩ କୋଟି ଆଧାର କାର୍ଡ ପ୍ରମାଣ ସ୍ବରୂପ ବ୍ୟବହାର ହେଉଛି। ଏମିତିକି ଲୋକମାନେ ନିଜ ନିଜର ଆଧାର କାର୍ଡ଼କୁ ଅପଡେଟ ମଧ୍ୟ କରୁଛନ୍ତି ବୋଲି ସରକାର କହିଛନ୍ତି। ୟୁଆଇଡିଏଆଇ ଏବେସୁଦ୍ଧା ୩୩୧ କୋଟି ଆଧାର କାର୍ଡ ଅପଡେଟ କରିଛି। ଏବେ ପ୍ରତିଦିନ ହାରାହାରି ୩-୪ ଲକ୍ଷ ଆଧାର କାର୍ଡ ଅପଡେଟ ପାଇଁ ଅନୁରୋଧ ହେଉଛି ବୋଲି ଜଣାପଡିଛି।

Share