Posted inଫୁରସତ

୧୨୦୦୦ କିଲୋମିଟର ଉଡ଼ିଲା କୋଇଲି, ଚକିତ ହେଲେ ବୈଜ୍ଞାନିକ

ଓ୍ବାଲର୍‌ଡ ଲାଇଫ୍‌ ସାଇନ୍ସ ଆଣ୍ଡ୍‌ କଞ୍ଜରଭେଶନ ସେଣ୍ଟର ଏବଂ ବ୍ରିଟିଶ ଟ୍ରଷ୍ଟ୍‌ ଅଫ୍‌ ଅର୍ନିଥୋଲୋଜି ମିଳିତ ଭାବେ ମଙ୍ଗୋଲିୟନ ବୈଜ୍ଞାନିକ ୨୦ରୁ ଅଧିକ ପକ୍ଷୀଙ୍କ ଉପରେ ପରୀକ୍ଷା କରିଥିଲେ। ସେମାନଙ୍କ ଗତିବିଧି ଏବଂ ଦିନଚର୍ଯ୍ୟା ସମ୍ପର୍କରେ ଜାଣିବା ପାଇଁ ବୈଜ୍ଞାନିକମାନେ ମଙ୍ଗୋଲିୟନ କୁକୋ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି।
ବୈଜ୍ଞାନିକମାନେ ପକ୍ଷୀମାନଙ୍କର ଉଡ଼ିବା ରୁଟ୍‌, ଅସୁବିଧା, ବ୍ୟବହାର ଏବଂ ଦିନଚର୍ଯ୍ୟା ଜାଣିବା ପାଇଁ କାମ କରୁଛନ୍ତି। ଏଥିପାଇଁ ବୈଜ୍ଞାନିକମାନେ ପକ୍ଷୀଙ୍କ ଶରୀରରେ ସାଟେଲାଇଟ୍‌ ଟ୍ୟାଗ୍‌ ଲଗାଇଛନ୍ତି। ଯାହା ଦ୍ୱାରା ସେମାନେ ଉଡୁଥିବା ରାସ୍ତା ସମ୍ପର୍କରେ ଜଣାପଡ଼ିବ। ବୈଜ୍ଞାନିକମାନେ ଏକ କୋଇଲି ଉପରେ ସାଟେଲାଇଟ୍‌ ଟ୍ୟାଗ୍‌ ଲଗାଇ ପରୀକ୍ଷା କରିଥିଲେ। କୋଇଲିଟି ୧୨,୦୦୦ କିଲୋମିଟରରୁ ଅଧିକ ଉଡ଼ିଥିଲା ବୋଲି ଜଣାପଡ଼ିଥିଲା। ଯାହା ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଘଣ୍ଟାପ୍ରତି ୬୦ କିଲୋମିଟର ବେଗରେ ଏହି କୋଇଲିଟି ଉଡ଼ିଥିବା ଜଣାପଡ଼ିଥିଲା। ଏହି ଟ୍ୟାଗ୍‌ରେ ମିନି ସୋଲାର ପ୍ୟାନେଲ୍‌ ଏବଂ ସାଟେଲାଇଟ୍‌ ଡାଟା ରହିଛି। ଏଥିରୁ ଜଣାପଡ଼ିଥାଏ ପକ୍ଷୀ କେଉଁ ସମୟରେ କେଉଁଠି ଉଡୁଛି। ଏହି ପ୍ରୋଜେକ୍ଟରେ ଇଣ୍ଡୋନେସିଆ, ମାଲେସିଆ, ଆଫ୍ରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ୍‌ ଏବଂ ଭାରତର ମଧ୍ୟ ସହଯୋଗ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି; ୪୧ ଡିଗ୍ରୀ ଟପିଲା ତାତି, ୧୮ ଯାଏ ନିସ୍ତାର ନାହିଁ

ଭୁବନେଶ୍ୱର,୧୩ା୪(ବନ୍ଦନା ସେଠୀ): ରାଜ୍ୟରେ ଏବେ ଗରମ ଓ ଗୁଳୁଗୁଳି ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ତାପମାତ୍ରା ୪୧ ଡିଗ୍ରୀ ଡେଇଁଥିବାବେଳେ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହରରେ ପରିଣତ…

Share Market Crash: ଶାନ୍ତି ଆଲୋଚନା ବିଫଳ ହେବା ପରେ ଷ୍ଟକ ମାର୍କେଟ କ୍ରାସ; ସେନସେକ୍ସ ୧,୬୦୦ ପଏଣ୍ଟ ହ୍ରାସ ପାଇଲା

ମୁମ୍ମାଇ,୧୩।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆଜି ବିଶ୍ୱ ଷ୍ଟକ ବଜାରରେ ତୀବ୍ର ହ୍ରାସ…

ଆଜି ଭୁବନେଶ୍ୱର ପାଳୁଛି ପ୍ରତିଷ୍ଠା ଦିବସ, ଏହି ଦିନରେ…

ଭୁବନେଶ୍ୱର,୧୩ା୪: ଆଜି ଅର୍ଥାତ୍‌ ସୋମବାର ୭୯ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର। ଆଜି ରାଜଧାନୀ ୭୮ ତମ ପ୍ରତିଷ୍ଠା ଦିବସ ପାଳି ୭୯ ବର୍ଷକୁ ଅଗ୍ରସର…

ଦରମା ବଢାଇବା ଦାବିରେ କର୍ମଚାରୀଙ୍କ ଉଗ୍ର ପ୍ରଦର୍ଶନ, ପୋଲିସ ଉପରକୁ ପଥର ମାଡ଼

ନୋଏଡା,୧୩।୪: ନୋଏଡାର ବିଭିନ୍ନ ସେକ୍ଟରର ବିଭିନ୍ନ କମ୍ପାନୀର କର୍ମଚାରୀମାନେ ସୋମବାର ଦରମା ବୃଦ୍ଧି ଦାବିରେ ରାସ୍ତାକୁ ଓହ୍ଲାଇଥିଲେ। ଗତ ତିନିରୁ ଚାରି ଦିନ ଧରି ଚାଲିଥିବା ଏହି…

ବେପରୁଆ ବୟାନ ଦେଲେଣି ଟ୍ରମ୍ପ, ଇରାନକୁ ନେଇ କହିଲେ ଏମିତି କଥା ସାରା ବିଶ୍ୱ ଚକିତ

ଓ୍ବାଶିଂଟନ,୧୩।୪: ଇସଲାମାବାଦରେ ଆଲୋଚନା ଭାଙ୍ଗିବା ପରେ ଡୋନାଲ୍ଡ ଟ୍ରମ୍ପ ଏକ ବିବୃତ୍ତି ଜାରି କରିଛନ୍ତି। ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ଇରାନ ପରମାଣୁ ଅସ୍ତ୍ର ରଖିବା…

ପରିଶ୍ରମ ଅନୁଯାୟୀ ମହୁଲ ଫୁଲ ସଂଗ୍ରହକାରୀଙ୍କୁ ମିଳୁନି ମୂଲ, ଜୀବିକାକୁ ଆଦରି ନେଇ…

ବରଗଡ଼/ଝାରବନ୍ଧ,୧୩।୪(ପ୍ରେମାନନ୍ଦ ଖମାରୀ/ ଦେବେନ୍ଦ୍ର ସାହୁ): ଲଘୁ ବନଜାତ ଦ୍ରବ୍ୟ ମଧ୍ୟରୁ ମହୁଲ ଫୁଲ ଅନ୍ୟତମ। ଫାଲଗୁନ ମାସ ଆସିବା ମାତ୍ର ଏହି ଫୁଲ ଗଛରେ ଦେଖିବାକୁ ମିଳେ।…

ମା’ ରାମଚଣ୍ଡୀଙ୍କ ଚନ୍ଦନ ପୋଖରୀରେ ଆଣ୍ଠୁଏ ପାଣି, ମେଳାରେ ସମସ୍ୟା ଭୋଗିବେ ବ୍ୟବସାୟୀ, ଅସନ୍ତୋଷ ପ୍ରକାଶ କରି…

ମହାକାଳପଡ଼ା,୧୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗରସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିରରେ ଦିନକ ପରେ ପଣା ସଂକ୍ରାନ୍ତି ଓ ଝାମୁଯାତ୍ରା…

ଆମେରିକା-ଇରାନ ଶାନ୍ତି ଆଲୋଚନା ମଧ୍ୟରେ ଆସିଲା ଏହି ବ୍ୟକ୍ତିଙ୍କର ଗୋଟିଏ ଫୋନ କଲ୍‌, ସବୁ ହୋଇଗଲା ଓଲଟପାଲଓ!

ଇସଲାମାବାଦ,୧୩।୪: ଇରାନ ଦାବି କରିଛି ଯେ ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବିବାଦ ସମାଧାନ ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଦ୍ୱାରା ଆମେରିକାର ଉପରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri